
ସାଲେଭଟା, (ସୁଶିଳ କୁମାର ମିଶ୍ର) : ବନ୍ଦେ ମାତରମ୍ ଗୀତର ୧୫୦ତମ ବର୍ଷ ପାଳନ ଅବସରରେ ” ନମାମି ଭାରତମ୍- ବନ୍ଦେ ମାତରମ୍” କାର୍ଯ୍ୟକ୍ରମ ଆଜି କୁଟାସିଂହାଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ-ବିଦ୍ୟା ମନ୍ଦିର, କୁଟାସିଂହାର ଛାତ୍ରଛାତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଟାସିଂହା ଆଞ୍ଚଳିକ ସାଧନକର୍ମୀ ଦୋଳ ଗୋବିନ୍ଦ ସାହୁ ଯୋଗଦାନ କରିଥିଲେ । ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ, ଏହା ଭାରତୀୟମାନଙ୍କ ପାଇଁ ମନ୍ତ୍ର ହୋଇଯାଇଛି ବୋଲି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଦର୍ଶ ଶିକ୍ଷକ ଯୋଗୀନ୍ଦ୍ର ଦାଶ କହିଥିଲେ । ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ “ଆନନ୍ଦମଠ” ଉପନ୍ୟାସରେ ସ୍ଥାନିତ ଏହି ଗୀତ କିପରି ତତ୍କାଳୀନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପ୍ରେରଣା ଦେଇଥିଲା । ସେ ବିଷୟରେ କହିଥିଲେ । ପ୍ରଧାନଶିକ୍ଷକ ଅରୁଣ ବଗର୍ତ୍ତୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଆଚାର୍ଯ୍ୟ ପ୍ରେମେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।