om academy

ଦିଲ୍ଲୀରେ ଅନୁଷ୍ଠିତ ହେଲା ଆଦି ସୌର୍ଯ୍ୟ ଔର ପର୍ବ ପରାକ୍ରମ କି : ଓଡିଶାର ନେତୃତ୍ୱ ନେଲେ ବଲାଙ୍ଗିରର କୁନା ବାଗ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀର ଜବାହାରଲାଲ ଷ୍ଟାଡିୟମ ଠାରେ ଜାନୁଆରୀ ୨୩ ଓ ୨୪ ଦୁଇ ଦିନ ଧରି ଆଦି ସୌର୍ଯ୍ୟ ଔର ପର୍ବ ପରାକ୍ରମ କି ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ୨୦ଟି ରାଜ୍ୟରୁ ୨୦ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ । ତେବେ ଓଡିଶା ସାଂସ୍କୃତିକ ଦଳର ନେତୃତ୍ୱ କୁନା ବାଗ ନେଇଥିଲେ । ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭାରତ ସରାକରଙ୍କ ପ୍ରତିରକ୍ଷା ବିଭାଗ, ଜନଜାତି ବିଭାଗ ଓ ସଂସ୍କୃତି ବିଭାଗ ମିଳିତ ଭାବରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ତେବେ କଳାକାରମାନେ ୧୨ ତାରିଖରୁ ଦିଲ୍ଲୀରେ ଉପସ୍ଥିତ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ । ୨୦ଟି ରାଜ୍ୟରୁ ୨୦ଟି ଦଳ ଯୋଗ ଦେଇଥିବା ବେଳେ ପ୍ରତି ଦଳରେ ୪୦ ଜଣ ଲେଖାଏଁ କଳାକାର ରହିଥିଲେ । ନେତାଜୀ ସୁବାଷ ବୋଷଙ୍କ ସୌର୍ଯ୍ୟ ଓ ପରାକ୍ରମକୁ ମନେ ପକାଇବା ତଥା ସ୍ୱାଧୀନତା ଆନ୍ଦୋଳନରେ ବିଟ୍ରିଶ ଶାସକଙ୍କ ବିରୁଦ୍ଧରେ ଲଢେଇ କରି ସହିଦ୍‌ ହୋଇଥିବା ଆଦିବାସୀ ବୀରମାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡିଶାର ମୟୁରଭଂଜ ଜିଲ୍ଲାର ୪୦ ଜଣିଆ କଳାକର ଦଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଢୀଗାଳି ନୃତ୍ୟ ପରିବେଷଣ କରିଥିଲେ । ଯାହାର ନେତୃତ୍ୱ ନେଇଥିଲେ କୁନା ବାଗ । ଓଡିଶା ଦ୍ୱାରା ପରିବେଷିତ ହୋଇଥିବା ନୃତ୍ୟ ବେଶ ପ୍ରଶଂସିତ ହୋଇଥିଲା । କାର୍ଯ୍ୟକ୍ରମରେ ଭାରତୀୟ ସେନାର ଜବାନମାନେ ବିଭିନ୍ନ ପ୍ରକାର କଳା କୌଶଳ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଦେଶର ବିଶିଷ୍ଟ କଳାକାର ଅନୁ କପୁର ଓ ମନ୍ଦିରା ବେଦୀ ସଂଯୋଜନା କରିଥିବା ବେଳେ ବଲିଉଡର ବିଶିଷ୍ଠ କଣ୍ଠଶିଳ୍ପୀ କୈଳାଶ ଖେର ସଂଗୀତ ପରିବେଷଣ କରିଥିଲେ । ଓଡିଶା ଦଳର ନେତୃତ୍ୱ ନେଇ ବଲାଙ୍ଗିର ପାଇଁ ଗର୍ବ ଓ ଗୌରବ ଆଣିଥିବା ଯୋଗୁଁ କୁନା ବାଗଙ୍କୁ ଦୁଲଦୁଲି କଳାପରିଷଦର ସଭାପତି ପ୍ରଭାଷ କୁମାର ପାଣିଗ୍ରାହୀ, ସଂପାଦକ ବାସୁଦେବ ସା, ଉପଦେଷ୍ଟା ନବୀନ କୁଅଁର, ଉପସଭାପତି ଦୀନେଶ ଶର୍ମା, ଡ. ଲଳିତ ସାହୁ, ରୀମା ବାଗ, ସତ୍ୟବାନ ନାଗ ଓ ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.