oom

ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ବୈଠକ ଅନୁଷ୍ଠିତ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ବୈଠକ ଅଙ୍ଗନବାଡ଼ି ଖ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଅତିଥି ଭାବରେ ପ୍ରକୃତି ବନ୍ଧୁ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ନାଏବ ସରପଂଚ ସୁକଚନ ପୁଟେଲ,ମାଳି ସମାଜ ସଭାପତି କବିରାଜ ପୁଟେଲ, ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ମିଶ୍ର ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ର ନିମୋନିଆ ସଚେତନତା ଉପରେ ଆଲୋକପାତ କରିଥିଲେ । ତୁରେକେଲା ଏକ ମେଲେରିଆ ପ୍ରବଣ ବ୍ଳକ ହୋଇ ଥିବାରୁ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ମଶାରୀ ବଣ୍ଟନ କରାଯିବ ଏଣୁ ଆମେ ସମସ୍ତେ ମଶାରୀ ର ସୁବ୍ୟବହାର ଉପରେ ଲୋକଙ୍କୁ ବୁଝେଇବାକୁ ଅନୁରୋଧ କରିଥିଲେ । ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରକୃତି ବନ୍ଧୁ ଶ୍ରୀ ଦାଶ କହିଥିଲେଯେ ଆଜି ହେଉଛି ବିଶ୍ବ ମୃତ୍ତିକା ଦିବସ ଏଣୁ ମୃତ୍ତିକା ସଂରକ୍ଷଣ ଉପରେ ସମସ୍ତେ ସଜାଗ ରହିବା ସହିତ ଗଛ ଲଗେଇବା ଉପରେ ସମସ୍ତେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଏହି ସଭାରେ ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ଅବନ୍ତୀ ପୁଟେଲ, ରଶ୍ମିତା ଲୁହା, ଆଶା କର୍ମୀ ସୂର୍ୟ୍ୟକାନ୍ତୀ ମାଝୀ, ଜେମାମଣୀ କଲେତ, ଈନ୍ଦୁମତୀ ମାଝୀ ତଥା ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟା, ଓ୍ୱର୍ଡମେମ୍ବର ଆଦି ଉପସ୍ଥିତ ରହି ସଭାଟିକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.