csstore

ସରଗମଳି ସାଂସ୍କୃତିକ ଅନୁଷ୍ଠାନ ଶରଧାପାଲି, ତରଫରୁ ଦୁର୍ଗେଶ୍ୱର୍ ବାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଗାଇସିଲାଟ, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ୍ କେନ୍ଦ୍ର (ସିସିଆର୍‌ଟି) ପକ୍ଷରୁ ଚଳିତ ବର୍ଷ କନିଷ୍ଠ ଗବେଷଣା ବୃତ୍ତି ପାଇଁ ଗବେଷକ ଭାବେ ମନୋନୀତ ହୋଇଥିବା ଯୁବ କଳାକାର ତଥା ବିଶିଷ୍ଟ ନିଶାନ୍‌ ବାଦକ ଦୁର୍ଗେଶ୍ୱର୍ ବାଗଙ୍କୁ ସରଗମଳି ସାଂସ୍କୃତିକ ଅନୁଷ୍ଠାନ ଶରଧାପାଲି, ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ଏକ ବର୍ଣ୍ଣାଢ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ମୁଖ୍ୟ କୁବେର ସାହୁ, ଟିକେଶ୍ୱର୍ ସାହୁ ତଥା ଅନ୍ୟ ସଦସ୍ୟମାନେ ଦୁର୍ଗେଶ୍ୱରଙ୍କୁ ମାନପତ୍ର, ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ସମସ୍ତ କଳାକାର ସଦସ୍ୟମାନେ ତାଙ୍କର କଳାକାର ଜୀବନର ଉତ୍ତରୋତ୍ତର କାମନା କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ଗ୍ରାମାଞ୍ଚଳର ଜଣେ ସାଧାରଣ କଳାକାର ଆଜି ଏହି ଉପଲବ୍ଧି ହାସଲ କରି ସମାଜ, ସଂସ୍କୃତି ଓ ସଂଗୀତ ଜଗତରେ ଅଂଚଳ ତଥା ଅନୁଷ୍ଠାନ ପାଇଁ ଗର୍ବ, ଗୌରବ ଆଣିଥିବାରୁ ପରବର୍ତ୍ତୀ ସମୟରେ ଏହି ଅଞ୍ଚଳରୁ ଅନେକ କଳାକାର ଦୁର୍ଗେଶ୍ୱର୍ ବାଗଙ୍କ ଠାରୁ ପ୍ରେରଣା ପାଇବେ ବୋଲି ଅନୁଷ୍ଠାନର ମ୍ୟାନେଜର କୁବେର ସାହୁ କହିଥିଲେ । ପ୍ରକାଶ ଥାଉକି, ଦୁର୍ଗେଶ୍ୱର ପିଲାଟି ଦିନରୁ ସଂଗୀତ ପ୍ରତି ଆକୃଷ୍ଟ ହୋଇ ଦେଶ ବିଦେଶର ଅନେକ ମଞ୍ଚରେ ନିଜର କଳା ପ୍ରଦର୍ଶିତ କରି ସୁନାମ ଅର୍ଜନ କରିଛନ୍ତି । ଅଦମ୍ୟ ଚେଷ୍ଠା ଓ ପରିଶ୍ରମ ବଳରେ ସେ ଆଜି ଏହି ସ୍ଥାନରେ ପହଂଚିଛନ୍ତି । ଯାହା ଅନ୍ୟ ଯୁବ କଳାକାର ମାନଙ୍କପାଇଁ ଉଦାହରଣ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟାନ୍ୟ କଳାକାର ସୋନୁ ପଣ୍ଡା, ସିବଲୁ କଦମ, ବିବେକ ବାଗ, ସୁଧାଂଶୁ ବିଭାର, ମନୋରଂଜନ ମୁନା, ଅନିଲ୍ ନନ୍ଦ, ଅଞ୍ଜନ ବଗାର, ବେବୀ କୁମ୍ଭାର, ଭବାନୀ ବାଗ, ଏନିମା ବାରିକ, ଅସୀମା ବାରିକ ଓ ନିରୋଦିନୀ ହରିପାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.