ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ସାଧାରଣ ସଭା ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର ଅଶୋକ ନଗର ସ୍ଥିତ ସିଟି ରେସିଡେନ୍‌ସିଠାରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ସାଧାରଣ ସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ମୁଖ୍ୟ ଅତିଥି ମୂରଲୀଧର ସେଠୀ ଓ ସମ୍ପାଦକ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ସଭାରେ ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ସଭାପତି ଅମିଲ୍ ପୁଟେଲ, ରତ୍ନକର ସାହୁ, ମୀନକେତନ ପ୍ରଧାନ ଉପସ୍ଥିତ ଥିଲେ । ପଣ୍ଡିତ ଗୁରୁ ଲକ୍ଷ୍ମୀଧର ବ୍ରହ୍ମା ମୁଖ୍ୟବକ୍ତା ଭାବେ ଉକ୍ତ କଳା ଉପରେ ବୁଝାଇଥିଲେ । ବାସୁଦେବ ପ୍ରଧାନ, ଭୁବନ ଭୋଇ ବରଗଡ଼ ଜିଲ୍ଲାର କର୍ମକର୍ତ୍ତା ନାରାୟଣ ସାସମଲ୍ ଓ ଗୋବିନ୍ଦ ନାୟକ, ସତ୍ୟମ୍ ବାବା ନୃତ୍ୟଗୁରୁ ଗଞ୍ଜାମ ଜିଲ୍ଲାର କର୍ମକର୍ତ୍ତା ଓ ଅନେକ ଜିଲ୍ଲା ଦାୟିତ୍ଵ ତୁଲାଇଥିବା କଳାକାରଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ମହାସଂଘ କୋଷାଧ୍ୟକ୍ଷ ସୁଦର୍ଶନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.