pakka

ପୁଇଁନ୍ତଲା ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଗଇଁନ୍ତଲା ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସହଯୋଗିତାରେ ୧୫ ଟି କ୍ଲଷ୍ଟର ଛାତ୍ରଛାତ୍ରୀଙ୍କୁ ନେଇ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ସୁନା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର, ଏବିଇଓ ଗୋପାଳ ଚନ୍ଦ୍ର ବୁଡେକ ଯୋଗ ଦେଇଥିଲେ । ଆୟୋଜିତ କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବନ୍ଧପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାହିଲ କୁମାର ପ୍ରଧାନ, ଦ୍ୱିତୀୟ ସ୍ଥାନ ବଇଁରାସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବର୍ଷା ମହଲା, ତୃତୀୟ ସ୍ଥାନ ଦୁର୍ଗାପାଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଅଭିଳାଶ ପଟେଲଙ୍କୁ ପୁରସ୍କୃତ କରାଯାଇଥିଲା । କୁଇଜ କାର୍ଯ୍ୟକ୍ରମକୁ ଅଜିତ ଶତପଥି, ପ୍ରମୋଦ ପଟେଲ, ସୁଧାଂଶୁ ପାତ୍ର ପରିଚାଳନା କରିଥିବା ବେଳେ ସିଆରସିସି ରଂଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

14 + seven =