csstore

ପ୍ରକୃତିକୁ ଅନୁଭବ କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଏ କହିପାରୁ ନାହାନ୍ତି, କିଏ ଶୁଣି ପାରୁ ନାହିଁ । ଏମିତିକି କାହା ଆଖିକୁ ଏ ଜନ୍ମରେ ଦେଖିବା ପାଇଁ ଭାଗ୍ୟ ନାହିଁ, କିନ୍ତୁ ସମସ୍ତେ ନିଃଶ୍ୱାସ ନେଉଛନ୍ତି । ଜୀବନଟା ବଂଚିଛି । ସମସ୍ତେ ଅନୁଭବ କରିପାରୁଛନ୍ତି ଯେ, ଜୀବ ଜଗତରେ କୌଣସି ଏକ ଅଦୃଶ୍ୟ ଶକ୍ତି ରହିଛି । ଏହା ହେଉଛି ପ୍ରକୃତିର ଅନୁଭବ । ସ୍ଥାନୀୟ ଶାସ୍ତ୍ରୀନଗର ସ୍ଥିତ “ଆଶ୍ରା”ଠାରେ ବନମହୋତ୍ସବ ଉପଲକ୍ଷେ ବିଭିନ୍ନ କ୍ରୀଡା ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମାହେଶ୍ୱରୀ” ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ, ପ୍ରକୃତ ତଥା ବୃକ୍ଷରୋପଣର ମହତ୍‌ ଉଦ୍ଦେଶ୍ୟ ଉପରେ କ୍ରୀଡା ମାଧ୍ୟମରେ ସଚେତନ କରାଯାଇଥିଲା । କ୍ରୀଡା ମଧ୍ୟରେ ମ୍ୟୁଜିକ ଚେୟାର, ପ୍ଲାଗ୍‌କାର୍ଡ ଚିହ୍ନଟ, ବଲ ଖେଳ, ନୃତ୍ୟ ପ୍ରଭୃତି ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ଦିବ୍ୟାଙ୍ଗ ହେଲେ ମଧ୍ୟ ସେମାନଙ୍କଠାରେ ଅନୁଭବ କରିବାର ଶକ୍ତି, ସାମର୍ଥ୍ୟ ରହିଛି । କ୍ରୀଡା ମାଧ୍ୟମରେ ଏହି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଶିକ୍ଷା ଦିଆଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ମାହେଶ୍ୱରୀ ମହିଳା ଶାଖାର ସହ ସଂଯୋଜିକା କ୍ରିତିକା ଅଗ୍ରୱାଲଙ୍କ ତତ୍ୱାବଧାନରେ ବବିତା ନାଗ, ବୈଶାଳୀ ବହିଦାର, କୀର୍ତ୍ତି କେଶୱାନି, ସ୍ମରଣୀକା ନାଏକ, ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ପଣ୍ଡା, ସୌମ୍ୟ ରଞ୍ଜନ ବେହେରା, ଶିବ ପ୍ରସାଦ ମିଶ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ । ଶେଷରେ ସଭାପତି ଶୋଭନ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.