
- ଖମ୍ବେଶ୍ଵରୀପାଲିରେ ବିହାରୀ ରାଜ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଥାନା ଖମ୍ବେଶ୍ୱରୀ ପାଲିରେ ଅପମିଶ୍ରିତ ଡିଜେଲ କାରଖାନା ପରେ ଧରପଡ଼ିଲା ସଂମ୍ପୃକ୍ତ ମାଲିକ ମନୋଜ ସାହୁଙ୍କ ଗ୍ୟାସ କେଳେଙ୍କରୀ । ଚାଲିଥିଲା କି ଖମ୍ବେଶ୍ଵରୀପାଲିରେ ବିହାରୀ ରାଜ । ଝାଡଖଣ୍ଡର ମୂଳ ବାସିନ୍ଦା ମନୋଜ ସାହୁ ଦୀର୍ଘଦିନ ଧରି ଖମ୍ବେଶ୍ଵରୀପାଲି ବେପାର ଜମାଇ ବସିଥିଲେ । ସ୍ଥାନୀୟ ଲୋକେ ଏବେ କୁହାକୁହି ହେଉଛନ ଖମ୍ବଶ୍ୱରୀପାଲି କେ ଖାଏଲା ବିହାରୀ । ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଏହି ଘଟଣାର ସରଜମିନ ତଦନ୍ତ କରିଥିଲେ । ଆଜି ଜିଲ୍ଲା ପ୍ରଶାସନ ଆକ୍ସନ ମୋଡକୁ ଆସିଛି । କାରଖାନା ନିକଟରେ ଥିବା ଏକ ଗ୍ୟାସ୍ ଗୋଦାମ ଗୃହକୁ ଯୋଗାଣ ବିଭାଗ ସିଲ୍ କରିଛି । ସିଏସ୍ଓ କେଦାରନାଥ ନାଏକଙ୍କ ନେତୃତ୍ୱରେ ଉକ୍ତ ଗୋଦାମ ଗୃହକୁ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ଯେଗେଶ୍ୱର ଧରୁଆଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି । ବ୍ୟାପକ ଅନିୟମିତା ଯୋଗୁଁ ଉକ୍ତ ଗ୍ୟାସ ଗୋଦାମ ସିଲ କରାଯିବା ସହ ଅଧିକ ତଦନ୍ତ ଚାଲିଥିବା ମୁଖ୍ୟ ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାସ କହିଛନ୍ତି । ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ଆସନ୍ତାକାଲି ଏହି ନକଲି କାରବାରର ମୁଖ୍ୟ ମାଫିଆଙ୍କ ବିରୁଦ୍ଧରେ ଲିଖିତ ରିପୋର୍ଟ ଦିଆଯିବ ବୋଲି ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଦାସ କହିଛନ୍ତି । ପ୍ରକାଶଥାଉକି ଗତ ଶୁକ୍ରବାର ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଖମ୍ବେଶ୍ୱରୀପାଲି ସ୍ଥିତ ନକଲି ଡିଜେଲ କାରଖାନାରେ ଚଢ଼ଉ କରାଯାଇ ସେଠାରୁ ୮୯୦ ଲିଟର ବେଆଇନ କିରୋସିନ ଏବଂ ନକଲି ଡିଜେଲ ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ଜବତ କରାଯାଇଥିଲା । ଏଥିସହ ୨ଟି ହାଇୱା ଓ ବିପୁଳ ପରିମାଣର ବାଲି ଜବତ୍ ହୋଇଥିଲା । ଏହି କଳା କାରବାର ଘଟଣାରେ ସମ୍ପୃକ୍ତ ମାଫିଆ ଜଣେ ବଡ଼ଧରଣର କଳା ବେପାରୀ ବୋଲି ଅଭିଯୋଗ ହେଉଛି । କଳା ସାମ୍ରାଜ୍ୟରର ପର୍ଦ୍ଦାଫାଶ କରି ସମ୍ପୃକ୍ତ ମାଫିଆକୁ ଗିରଫ କରିବାକୁ ଅଞ୍ଚଳରେ ଦାବୀ ହେଉଛି । ସେପଟେ ଆଜି ସୋନପୁର ଥାନାରେ ଏକ ମାମଲା ମନୋଜ ସାହୁଙ୍କ ନାମରେ ଯୋଗାଣ ଅଧିକାରୀ କେଦାରନାଥ ନାଏକ ରୁଜୁ କରାଯାଇଥିବା ଜଣାପଡ଼ିଛି ।