
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ୍ ଆଦ୍ମୀ ପାର୍ଟି ପଂଚାୟତ ନିର୍ବାଚନ ପୂର୍ବରୁ ଅଣ୍ଟା ଭିଡୁଛି । ରାଷ୍ଟ୍ରୀୟ ନେତା ମାନଙ୍କ ତତ୍ୱାବଧାନରେ ଆସନ୍ତା ମଇ ୨୪ ତାରିଖ ଭୁବନେଶ୍ୱର ଠାରେ ଏକ ବିଶାଳ ସଭାର ଆୟୋଜନ କରିଛି । ଦଳ ଆଗାମୀ ଦିନରେ ଶିକ୍ଷା ରୋଜଗାର, ଚାଷ, ବିଜୁଳି, ପାଣିର ରାଜନୀତି ନେଇ ରାଜ୍ୟବାସୀଙ୍କ ପାଖକୁ ଯିବ । ଏଣୁ ଛାତ୍ର ଯୁବକ ଆସନ୍ତା ୨୪ରେ ଭୁବନେଶ୍ୱର ଚାଲନ୍ତୁ ବୋଲି ଆପ୍ ନେତା ଆଶିଷ ପାଣ୍ଡେ ଆହ୍ୱାନ କରିଛନ୍ତି ।