csstore

ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ବିବାଦ : ଅନୁମୋଦିତ ସ୍ଥାନରେ ନିର୍ମାଣ ପାଇଁ ଉପଜିଲ୍ଲାପାଳଙ୍କ ତାଗିଦ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମ ପଞ୍ଚାୟତର ଝିଟିକି ଗ୍ରାମର ଜାମୁଣ୍ତା ପଡାରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ଅନୁମୋଦିତ ହୋଇଥିଲା । ଯେଉଁ ସ୍ଥାନରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ହେବା କଥା ସେଠାରେ ନିର୍ମାଣ ନ କରି ବସ୍ତି ଭିତରେ ନିର୍ମାଣ ହେଉଥିବାରୁ ପଡାର ଅଧିବାସୀମାନେ ସର୍ବଶ୍ରୀ ଲାଲ ଚନ୍ଦ୍ରର ଧରୁଆ, ପୁଂଜିରାମ ବାଗ, ଜୟ ଧରୁଆ, ପରମେଖର ପୂଜାରୀ, ସନ୍ତୋଷ ମହାକୁଡ, ନୀଲାରାମ ବାଗ, ରାୟଧର ଧରୁଆ, ବରଣୁ ପୂଜାରୀ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଏହାର ପ୍ରତିବାଦ କରିଥିଲେ । ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ତୁରନ୍ତ କାର୍ୟ୍ୟ ବନ୍ଦ ପାଇଁ ଆଦେଶ ଦେବା ସହ ଯେଉଁ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ଚାଲିଛି ଜାମୁଣ୍ତା ପଡାରେ ନିର୍ମାଣ କରିବା ପାଇଁ ବ୍ଲକ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

jayashree
Leave A Reply

Your email address will not be published.