pakka

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଡିଇଓଙ୍କ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରେସନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର୍‌ମାନେ ଆଜି ଆନ୍ଦୋଳନରେ ବସିଥିବା ଜଣାପଡିଛି । ଫଳରେ ରୋଗୀ ସେବା ଠପ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ଡାକ୍ତରଖାନାକୁ ପାଖାପାଖି ଚାରୋଟି ଜିଲ୍ଲାର ଲୋକେ ଏଠାକାର ପଂଜିକରଣ କାଉଣ୍ଟରକୁ ଆସୁଥିବା ବେଳେ ଏଠାରେ ଦୀର୍ଘ ବର୍ଷ ହେବ ୧୨ଜଣ ଡାଟା ଏଣ୍ଟ୍ରି ଅପରେଟର୍‌ କାମ କରୁଥିଲେ । ହେଲେ ରାଜ୍ୟ ସରକାର ସଂଖ୍ୟା ବଢାଇବା ବଦଳରେ ଏହି ୧୨ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଛଟେଇ କରିଛନ୍ତି । ତେବେ ଏହାକୁ ବିରୋଧ କରି ଆଜି ୧୨ ଜଣ ଡାଟା ଏଣ୍ଟ୍ରି ଅପରେଟର୍‌ ହସ୍ପିଟାଲର ପଂଜିକରଣ କାଉଣ୍ଟର ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି । ଫଳରେ କାଉଣ୍ଟର ବନ୍ଦ ଥିବା ଯୋଗୁଁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ୟପଟେ ସମସ୍ତ ଡାଟା ଏଣ୍ଟ୍ରି ଅପରେଟର୍‌ମାନଙ୍କୁ ପୁନଃ ନିଯୁକ୍ତି ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀମାନେ ।

Leave A Reply

Your email address will not be published.

4 − 1 =