ହାଇସ୍କୁଲ ପରିବେଶ ଦେଖି ଜିଲ୍ଲାପାଳ ଆନନ୍ଦିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ଗତକାଲି ଅଚାନକ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ, ସମାଜସେବୀ କିଶୋର ଚନ୍ଦ୍ର ଦେବତା ପରିଦର୍ଶନ କରିଥିଲେ । ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥରାଶି ଯାହାକି ସ୍କୁଲ ଭିତ୍ତଭୂମି ବିକାଶ ନିମନ୍ତେ ବ୍ୟବହାର ହେବା ଉଚିତ୍, ତାହାର ତଦାରଖ କରିଥିଲେ । ଏହି ଯୋଜନାରେ ବିଦ୍ୟାଳୟର ଦୁଇଟି ସ୍ମାର୍ଟକ୍ଲାସ୍, ଗୋଟିଏ ବିଜ୍ଞାନ ପରୀକ୍ଷାଗାର ଏବଂ ଗୋଟିଏ ଇ-ଲାବ୍ରୋଟାରୀ ଗୃହ ପରିଦର୍ଶନ କରିଥିଲ । ନିର୍ମାଣ କାର୍ଯ୍ୟଟି ଦେଖିବାକୁ ଅତି ମନୋରମ ହୋଇଥିବାରୁ ଆନନ୍ଦିତ ଓ ଖୁଶି ଅନୁଭବ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କିଛି ସମୟ କଟାଇଥିଲେ ଜିଲ୍ଲାପାଳ । ଜିଲ୍ଲାପାଳ ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରିଥିଲ, ଛାତ୍ରଛାତ୍ରୀ ମଧ୍ୟ ଜିଲ୍ଲାପାଳ ପଚାରିଥିବା ପ୍ରଶ୍ନର ଚଟାପଟ ଠିକ୍ ଉତ୍ତର ଦେଇଥିଲେ । କରୋନାର ତୃତୀୟ ଲହର ଅସୁଛି ସମସ୍ତେ କୋଭିଡ କଟକଣାକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ, ପରିଚାଳନା କମିଟି ସଭାପତି ଶୈଳବାଳା ଦେବତା ପ୍ରମୁଖ ଉପସ୍ଥିତ ଥିଲେ । ହାଇସ୍କୁଲ ପରିବେଶ ଦେଖି ଜିଲ୍ଲାପାଳ ଖୁସି ଅନୁଭବ କରିଥିଲେ ।

Leave A Reply

Your email address will not be published.

20 + 15 =