centurian jitm

ବୃଦ୍ଧାଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍

ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣି ଲୁଟ୍ ସୁନା ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ । ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗରରେ ଏଭଳି ଲୁଟ୍ ଘଟଣା ଦେଖିବାକୁ ମିଳିଛି । ପୋଲିସ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗର ନିକଟସ୍ଥ ଶିବା ଶକ୍ତି ସିନେମା ହଲ୍ ଛକ ନିକଟରେ ଜଣେ ବୃଦ୍ଧାଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ଗୋଟିଏ ବାଇକ୍‌ରେ ଦୁଇ ଜଣ ଯୁବକ ଆସି ବୃଦ୍ଧା ଜଣଙ୍କ ପିନ୍ଧିଥିବା ସୁନା ଅଳଙ୍କାର ଝାମ୍ପି ନେଇଯାଇଥିବା ଜଣାପଡିଛି । ତେବେ ଏ ନେଇ ବଡ଼ ବଜାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ନିକଟରେ ଏପର୍ଯ୍ୟନ୍ତ ପହଞ୍ଚି ପାରିନି ପୋଲିସ । ଏ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।

Leave A Reply

Your email address will not be published.