jayashree

ଖେଳୁଥିବା ବେଳେ ବଲ୍‌ ବିସ୍ପୋରଣ : ଜଣେ ଆହତ

  • ଶେରଗଡ ଥାନା ଅଧିକାରୀଙ୍କ ତଦନ୍ତରେ ଅବହେଳା ଅଭିେଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେରଗଡ ବ୍ଲକ ଅନ୍ତର୍ଗତ କୁରୁଳା ପଞ୍ଚାୟତ ମହୁରିକଣା ଗ୍ରାମରେ ଯୁବତୀମାନେ ଖେଳୁଥିବା ସମୟରେ ଗୋଲାକାର ବଲ୍‌ଟି ପଡ଼ିଥିବାର ଦେଖିଥିଲେ । ଖେଳୁଥିବା ସମୟରେ ବଲ୍‌ଟିକୁ ଫୋପାଡି ଖେଳିବା ପରେ ତାହା ବିସ୍ପୋରଣ ହୋଇଥିଲା । ଜଣେ ନାବାଳିକା ଆହତ ହୋଇଥିଲେ । ଆହତ ହେଲେ ପ୍ରକାଶ ସେଠୀଙ୍କ ଝିଅ ସସ୍ମିତା ସେଠୀ । ଆହତ ନାବାଳିକାଙ୍କୁ ପରିବାର ଲୋକେ ଶେରଗଡ଼ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ଡାକ୍ତରଙ୍କ ଚିକିତ୍ସା ପରେ ନାବାଳିକା ଗ୍ରାମକୁ ଫେରିଲେ । ପରିବାର ଲୋକେ ଶେରଗଡ ଥାନା ଅଧିକାରୀଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ ମଧ୍ୟ ଥାନା ଅଧିକାରୀ କିଛି ଏହାର ପଦକ୍ଷେପ ନେଇନଥିବା ଦେଖିବାକୁ ମିଳିଛି । ବୋମାକୁ ଦେଖି ଗ୍ରାମବାସୀ ଚିନ୍ତାରେ । ବୋମା କେଉଁଠୁ ଆସିଲା ? କିଏ ରଖିଲା ? ଏହାକୁ ନେଇ କିଏ ତଦନ୍ତ କରିବ ବୋଲି ପ୍ରଶ୍ନ ଉଠିଛି । ଗଞ୍ଜାମ ଏସ୍‌ପି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.