ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଉପରବାହାଲ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ୩ ଜଣ ବ୍ୟକ୍ତି ଶଶୀ ବାଗ, କମଳା ସାହୁ ଓ ଶିବ ସାହୁ ବହୁ ଦିନରୁ ଅସହାୟ ହୋଇ ଘରେ ପଡି ରହିଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ନିତ୍ୟାନନ୍ଦ ସାହୁଙ୍କ ଠାରୁ ଖବର ପାଇ ପୁରା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଟିମ ଫଟାମୁଣ୍ଡା ଗ୍ରାମରେ ପହଂଚିଥିଲେ ଓ ସମସ୍ତ କାଗଜପତ୍ର ନେଇ ଆଗଲପୁର ବ୍ଲକ କାର୍ୟ୍ୟାଳୟକୁ ଯାଇଥିଲେ ଓ ସମସ୍ତ କାଗଜପତ୍ରକୁ ଜମା କରି ହୁଇଲ୍‌ ଚେୟାର୍‌ର ବ୍ୟବସ୍ଥା କରିଥିଲେ । ଏଥିରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁରର ବରିଷ୍ଠ ସଦସ୍ୟ ସୁନୀଲ ପଧାନଙ୍କ ନେତୃତ୍ୱରେ ସଭାପତି ପ୍ରେମାନନ୍ଦ ପଧାନ, ସମ୍ପାଦକ ସଂଯୋଗ କୁମାର ସାହୁ, ବୁଦ୍ଧଦେବ ସାହୁ, ଡୋଳାମଣି ଥନାପତି, ପିଣ୍ଟୁ ଯୋଶୀ ଓ ଅନେକ ସ୍ଥାନୀୟ ସଦସ୍ୟମାନେ ବ୍ଲକ କାର୍ୟ୍ୟାଳୟରୁ ତାଙ୍କୁ ହୁଇଲ୍‌ ଚେୟାର୍‌ରେ ଆଣି ଘରେ ପହଞ୍ଚାଇ ଦେଇଥିଲେ । ତୁରନ୍ତ ହୁଇଲ୍‌ ଚେୟାର୍‌ ବ୍ୟବସ୍ଥା କରିଥିବାରୁ ଆଗଲପୁର ବ୍ଲକ ପ୍ରଶାସନକୁ ବିଙ୍ଗ ହ୍ୟୁମାନ ସଦସ୍ୟ ମାନେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.