ପୁରୁଣାକଟକ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଭୈରବୀ ଯୁକ୍ତ୨କନିଷ୍ଠ ମହାବିଦ୍ୟାଳୟ ପକ୍ଷରୁ ନିକଟରେ ଚକିରୀରୁ ଅବସର ଗ୍ରହଣ କରିଥିବା ଅଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମ୍ବନ୍ଧନା କାର୍ୟ୍ୟକ୍ରମକୁ ଅତି ନିରଡ଼ମ୍ବର ଭାବେ ଆୟୋଜନ କରାଯାଇଥିଲା । ଶନିବାର ଆୟୋଜିତ ଉକ୍ତ ଉତ୍ସବରେ ଦୀର୍ଘବର୍ଷ ଧରି ଏହି ମହାବିଦ୍ୟାଳୟରେ ଓଡିଆ ବିଭାଗରେ ଅଧ୍ୟାପନା ଦାୟିତ୍ୱ ତୁଲାଇ ଆସିଥିବା ଅଧ୍ୟାପକ କୈଲାସ ଚନ୍ଦ୍ର ଦାସଙ୍କୁ ଉପଢୌକନ ଦିଆଯାଇ ଭାବପୂର୍ଣ୍ଣ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଆୟୋଜିତ ଏକ ସଭାରେ ଅନୁଷ୍ଠାନର କର୍ମକର୍ତ୍ତା ଓ ସ୍ଥାନୀୟ ଶିକ୍ଷାବିତ ଓ ବୁଦ୍ଧିଜୀବୀ ମାନେ ଶ୍ରୀଯୁକ୍ତ ଦାସଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିବା ସହିତ ତାଙ୍କର ଏବଂ ତାଙ୍କ ପରିବାର ର ସୁଖ ସଂବୃଦ୍ଧି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲକୃଷ୍ଣ ନାୟକ, କୁମୁଦ ପ୍ରଧାନ, ସତ୍ୟ ନାରାୟଣୀ ନାୟକ, ରଞ୍ଜନ ଯୋଶୀ ଙ୍କ ସହ ବିଦ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 2 =

error: Content is protected !!