
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବନ ବିଭାଗ ଗତ ୧୧ ତାରିଖରେ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଯମୁନାପାଲି ଗ୍ରାମର ସର୍ଗିପଡା ଠାରେ କୈଳାଶ କଠାରଙ୍କ ଘର ଭିତରୁ ଚିତାବାଘର ଚମଡା ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ସେହି ଗ୍ରାମର ଆଉ ଜଣେ ଅଭିଯୁକ୍ତ ଟିକେଶ୍ୱର କଠାର (୪୦)କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବଲାଙ୍ଗିର ସହାୟକ ବନ ସଂରକ୍ଷକ ମାନସ ରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ଅଞ୍ଚଳରୁ ଅନେକ ସମୟରେ ଶିକାରୀମାନେ ବନ୍ୟଜନ୍ତୁ ଶିକାର କରି ଦାନ୍ତ, ଚମଡା, ମାଂସ ଚାଲାଣ କରୁଥିବା ବେଳେ ବନବିଭାଗର ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳରେ ପ୍ରଶଂସା କରୁଛନ୍ତି ।