
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ତ୍ରିମୂର୍ତ୍ତୀ ଛକରୁ ଟିଟଲାଗଡକୁ ଯାଉଥିବା ରାସ୍ତା ଟ୍ରାଫିକ ଛକରୁ ପ୍ରାୟ ୫ ରୁ ୭ ଶହ ମିଟର ପରେ କେସିଙ୍ଗା ଶେଲଫି ପଏଣ୍ଟ ଆହୁରି ପ୍ରାୟ ୧ କି.ମି. ରାସ୍ତାର ଅବସ୍ଥା ଏତେ ବିପର୍ଯ୍ୟସ୍ତ ହୋଇଯାଇଛି ତାହା ନ କହିବା ଭଲ । ବାରମ୍ବାର ଅଞ୍ଚଳର ଗଣମାଧ୍ୟମରେ ଉକ୍ତ ବିପର୍ଯ୍ୟସ୍ତ ରାସ୍ତା ଉପରେ ଖବର ପ୍ରସାରଣ ପରେ ବିଭାଗ କର୍ଣ୍ଣପାତ ନ କରିବାରୁ କେସିଙ୍ଗାର ପ୍ରତିଷ୍ଠିତ ସାମ୍ବାଦିକ ସଂଘ ପକ୍ଷରୁ ସୋମବାର ଦିନ ମହାସଂଘର ସଭାପତି ଦୟା ସୁନାନୀ ଓ ପୂର୍ବତନ ସଭାପତି ସୁଶାନ୍ତ ମହାପାତ୍ର ଓ ସଂଘ ସମ୍ପାଦକ ପ୍ରୀତେସ ପଟେଲଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଓ କେସିଙ୍ଗାବାସୀ ଏବେ ମଧ୍ୟ ଦ୍ଵନ୍ଦରେ । କେଉଁ ବିଭାଗକୁ ଅଭିଯୋଗ କରିବା କାରଣ କଣ୍ଟାବାଞ୍ଜି ପୁର୍ତ୍ତୀ ବିଭାଗ କହୁଛି ଏହି ରାସ୍ତା କଳାହାଣ୍ଡି ପୁର୍ତ୍ତୀ ବିଭାଗ ଅଧିନସ୍ଥ କିନ୍ତୁ କଳାହାଣ୍ଡି ପୁର୍ତ୍ତୀ ବିଭାଗ କହୁଛି ଲିଖିତରେ ଆମ ପାଖରେ ନାହିଁ ଏଣୁ ଉକ୍ତ ରାସ୍ତାରେ ଗମନାଗମନ କରୁଥିବା ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାର ଦାଇତ୍ୱରେ ଥିବା କଳାହାଣ୍ଡି ପି. ଡବ୍ଲୁ. ଡି.ର ଅଧିକ୍ଷଣ ଯନ୍ତ୍ରୀ ଓ ବଲାଙ୍ଗିର ଜିଲ୍ଲାର ଟିଟଲାଗଡ ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀଙ୍କ ଅସହଯୋଗ ଓ ନିରବତା ପାଇଁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରି ଦାଇତ୍ୱରେ ଥିବା ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମନୋଜ ସିଂ, ବିବେକାନନ୍ଦ ଦାଶ, ମହମ୍ମଦ ଆଗାଯାନ, ସଂଗ୍ରାମ କେଶରୀ ଦେଓ, ଶିବପ୍ରସାଦ ସାହୁ, ତେଜରାଜ୍ ସାହୁ ଏବଂ ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।