jsm

ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଯୋଗ ପତ୍ର ରଖିବାକୁ ନାରାଜ : ସାମ୍ବାଦିକ ମନୋଜ ଜୈନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରାରେ ସରକାରୀ ଜାଗାକୁ ବହୁ ବ୍ୟକ୍ତି ଜବରଦଖଲ କରି ନିଜ କବଜାରେ ରଖିଥିବା ବେଳେ ସାମ୍ବାଦିକ ମନୋଜ ଜୈନଙ୍କୁ ଭୟଭିତ କରିବା ପାଇଁ ତୁଷୁରା ଏନ୍‌ଏସି ପ୍ରଶାସନ ପକ୍ଷରୁ ଗୁରୁବାର ଏକ ନୋଟିସ କରାଯାଇଥିଲା । ଶ୍ରୀ ଜୈନ ତାର ପ୍ରତିଉତ୍ତର ଲିଖିତ ଦେବାକୁ ଯାଇଥିବା ବେଳେ ଉକ୍ତ ଅଭିଯୋଗ ପତ୍ର ରଖିବାକୁ ରୋକଠୋକ ମନା କରିଦେଇଥିଲେ ତୁଷୁରା ଏନ୍‌ଏସି କାର୍ଯ୍ୟନିର୍ବାହ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ବୋଲି ମନୋଜ ଜୈନ କହିଛନ୍ତି । ଉକ୍ତ ଅଭିଯୋଗ ପତ୍ର ତୁଷୁରା ଏନ୍‌ଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ୱାଳ ଗ୍ରହଣ କରିବା ସହ ଏନେଇ ଉଚିତ୍‌ ପଦକ୍ଷେପ ନେବାକୁ ଶ୍ରୀ ଜୈନଙ୍କୁ ପ୍ରତିଶୃତି ଦେଇଥିଲେ । ପ୍ରାପ୍ତ ସୂଚନା ମୁତାବକ, ୱାର୍ଡ ନମ୍ବର ୩ ସ୍ଥିତ ୭୪ ନମ୍ବର ଗଳିରେ ବହୁ ପ୍ରଭାବଶାଳୀ ଲୋକମାନେ ସରକାରୀ ଜାଗା ଜବରଦଖଲ କରି ରଖିଛନ୍ତି । କିନ୍ତୁ ସାମ୍ବାଦିକ ଜଣକ ବିଭିନ୍ନ ସମୟରେ ଏନ୍‌ଏସି ପ୍ରଶାସନର ଦୋଷ ଦୁର୍ବଳତାକୁ ନିଜ ଲେଖନୀ ମାଧ୍ୟମରେ ପଦାରେ ପକାଉଥିବାରୁ ଏନଏସି ପ୍ରଶାସନ ମାତ୍ର ଶ୍ରୀ ଜୈନଙ୍କୁ ଟାର୍ଗେଟ କରି ହଇରାଣ କରିବାକୁ ଚାହୁଥିବା ପଶ୍ଚିମ ଓଡିଶା ସେବା ସଂଘର ସଭାପତି ରାଜେଶ ବଗର୍ତ୍ତୀ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଛନ୍ତି । । ଏନେଇ ତୁଷୁରା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କୁ ପଚାରିବାରୁ କହିଛନ୍ତି ଯେ, ତାଙ୍କ ନାମରେ ମାତ୍ର ଅଭିଯୋଗ ଆସିଥିବାରୁ ତାଙ୍କୁ ନୋଟିସ କରାଯାଇଛି । ସେମିତି କିଛି ନାହିଁ ବୋଲି ସଫେଇ ଦେଇଥିଲେ ।

yuvodaya
Leave A Reply

Your email address will not be published.