ମହିଳାଙ୍କୁ ସଇଁନ୍ତଲା ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ : ଥାନା ଅଧିକାରୀଙ୍କ ବଦଳି ଦାବୀ କଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

  • ନବରାତ୍ରି ପୂଜା ସାନ୍ଧ୍ୟା ଆଳତି ବନ୍ଦକୁ ନେଇ ଚାପା ଉତ୍ତେଜନା : ବଣିକ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟି ଆଗରେ ରଖି ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ବାରଣ କରିଛନ୍ତି । କିନ୍ତୁ ନବରାତ୍ରି ପୂଜା ଆଳତି ସମୟରେ କରୋନା କଟକଣା ଆଳରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ନେଇ ସଇଁତଲାରେ ତୀବ୍ର ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ବିରୋଧରେ ଗର୍ଜିଲେ ଗ୍ରାମବାସୀ । ସଇଁନ୍ତଲା ବଣିକ ସଂଘ ପକ୍ଷରୁ ଆଜି ଦୋକାନ ବଜାର ବନ୍ଦ ସାଙ୍ଗକୁ ଥାନା ଘେରାଓ କରିବା ସହିତ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଅନ୍ୟପଟେ ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତାଙ୍କର ବଦଳି ଦାବୀ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିଥିଲେ ଗ୍ରାମବାସୀ । ସୂଚନା ଅନୁସାରେ ଗତକାଲି ମାଜିଷ୍ଟ୍ରେଟ ଭାବରେ ପୂଜା ମଣ୍ଡପୋ ତହସିଲଦାର ଯୋଗେଶ୍ୱର ଧରୁଆ ଓ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାଏକ ମହିଳାମାନଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଅଭିଯୋଗ ହେଉଛି । ଏନେଇ ସଇଁତଲା ତହସିଲଦାର ଯୁଗେଶ୍ଵର ଧରୁଆଙ୍କୁ ପଚାରିବାରୁ ନୋ କମେଣ୍ଟସ ବୋଲି କହିଛନ୍ତି । ତେବେ ଅଶାନ୍ତ ହୋଇ ପଡିଛି ସଇଁତଲା । ବିକ୍ଷୋଭ ସାଙ୍ଗକୁ ନାରାବାଜି । ସଇଁତଲା ପୋଲିସ ବିରୋଧରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ । କେତେବେଳେ ଥାନା ସମ୍ମୁଖରେ ହୋ ହାଲ୍ଲା ତ କେତେବେଳେ ଜାତୀୟ ରାଜପଥ ଉପରେ ପ୍ରତିବାଦ । ସବୁରି ମୁହଁରେ ଗୋଟିଏ ନାରା, ସଇଁତଲା ପୋଲିସର ଦବଙ୍ଗଗିରି ଚଳିବ ନାହିଁ, ସଇଁତଲା ଥାନା ଅଧିକାରୀଙ୍କୁ ବଦଳି ସହ ନିଲମ୍ବନ କରାଯାଉ ବୋଲି ବଣିକ ସଂଘ ସଭାପତି ତରୁଣ ବେହେରା ସମେତ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ସୂଚନା ମତେ, ଗତକାଲି ସଇଁତଲା ନବରାତ୍ରି ଦୁର୍ଗାପୂଜା ମଣ୍ଡପରେ ମା’ଙ୍କ ସଂଧ୍ୟା ଆଳତିରେ ପୋଲିସ ପ୍ରଶାସନ ତଥା ସଇଁତଲା ତହସିଲଦାର ଶ୍ରଦ୍ଧାଳୁଙ୍କ ସହ ଦୁର୍ବ୍ୟବହାର କରିବା, ମହିଳାମାନଙ୍କୁ ଠେଲା ପେଲା କରିବା ସହ ଆଳତି ବନ୍ଦ କରିବାକୁ ଧମକ ଦେବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶାସକ ଦଳ ସ୍ମାର୍ଟ କାର୍ଡ ବଣ୍ଟନରେ ହଜାର ହଜାର ଲୋକେ ଜମା ହେଉଥିବା ବେଳେ ବିନା ମାକ୍ସ, ବିନା ସାମାଜିକ ଦୂରତା ରହୁଛି । ଆଉ ମା’ଙ୍କ ପୂଜା ମଣ୍ଡପରେ କରୋନା ନିୟମ ଅନୁଯାୟୀ ପୂଜା ଚାଲୁଥିବା ବେଳେ ହିନ୍ଦୁ ଧର୍ମ, ଭାବାବେଗ ତଥା ରୀତିନୀତି ଉପରେ ଅଙ୍କୁଶ ଲଗାଇବାକୁ ନେଇ ଏବେ ଅଭାବନିୟ ପରିସ୍ଥିତି ସୃଷ୍ଟି କରିଛି । ତେବେ ପୋଲିସ ତଥା ସଇଁତଲା ତହସିଲଦାର ବିରୋଧରେ ଆଜି ସଇଁତଲା ଗ୍ରାମବାସୀ, ପୂଜା କମିଟି ବେଶ ଗର୍ଜିଛନ୍ତି । ଆଜି ସଇଁତଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଜୀବନ ଜୀବିକା ଆଜି ସଇଁତଲାର ଠପ୍‌ ହୋଇପଡିଛି । ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରି ରାଜରାସ୍ତାକୁ ଓଲ୍ଲାଇଛନ୍ତି । ସେପଟେ ସଇଁତଲାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସଇଁତଲା ଥାନା ପରିସରରେ ଏକ ପ୍ଲାଟୁନ ଫୋର୍ସ ବଲାଙ୍ଗିରରୁ ଆସି ରହିଛନ୍ତି । କ୍ୟାମେରା ଆଗରେ ସଇଁତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ କିଛି କହିବାକୁ ମନା କରିଦେଇଥିବା ବେଳେ ସଇଁତଲା ତହସିଲଦାର କିନ୍ତୁ ଏହି ଘଟଣାକୁ ଦୁର୍ଭାଗ୍ୟ ବୋଲି କହିବା ସହ ସମସ୍ତ ଘଟଣା ପୋଲିସ ଉପରକୁ ଫିଙ୍ଗିଛନ୍ତି ଏବଂ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ତଥା ରାଜନୈତିକ ସଭାରେ କରୋନା ନିୟମ ଖୋଲାଖୋଲି ଉଲ୍ଲଘଂନ ହେଉଥିବା ବେଳେ ପ୍ରଶାସନ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ବୋଲି ପଚାରିବାରୁ ଏହା ଉପରେ ନୋ କମେଣ୍ଟସ ବୋଲି କହିଛନ୍ତି । ଏହାକୁ ନେଇ ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି । ଶାସକ ଦଳର କାର୍ଯ୍ୟକ୍ରମ ହେଉ ବା କୌଣସି ନେତା ମନ୍ତ୍ରୀ ପ୍ରଶାସନର କାର୍ଯ୍ୟକ୍ରମ ହେଉ କରୋନା କଟକଣାର ଚି଼ହ୍ନବର୍ଣ୍ଣ ନ ଥିବା ବେଳେ ଲୋକଙ୍କ ଭକ୍ତି ଭାବାବେଗ ଉପରେ ପ୍ରଶାସନର ନାଲି ଆଖିକୁ ନେଇ ଏବେ ଚର୍ଚ୍ଚା ଆଗକୁ ଆନ୍ଦୋଳନ କଣ ରୂପ ନେଉଛି ତାହାରି ଉପରେ ଏବେ ନଜର ।

Leave A Reply

Your email address will not be published.

8 + 17 =

error: Content is protected !!