ବଲାଙ୍ଗିର ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ଉତ୍ତମା ନାଏକ ଓ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ଉତ୍ତମା ନାଏକ ଓ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି ସଭାରେ ପ୍ରଥମେ ଦିବଂଗତ ଦୁଇ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଏକ ମିନିଟ୍‌ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ସାମ୍ବାଦିକମାନେ ମହିଳା ସାମ୍ବାଦିକା ଉତ୍ତମା ନାଏକ ଓ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ସମ୍ମାନ ଜଣାଇଥିଲେ । ସଂଘର ସାଧାରଣ ସଂପାଦକ ବଳରାମ ମିଶ୍ରଙ୍କ ସହ ବରିଷ୍ଠ ସାମ୍ବାଦିକ ନବୀନ ପଶାୟତ ମଂଚାସୀନ ଥିବା ବେଳେ ସାମ୍ବାଦିକ ସତ୍ୟସୁନ୍ଦର ଭଂଜ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବିରେନ୍ଦ୍ର ଝାଙ୍କର, ଦେବାଶିଷ ମିଶ୍ର, ଗୁପ୍ତେଶ୍ୱର ପୃଷ୍ଟି, ସଚ୍ଚିଦାନନ୍ଦ ବଗର୍ତ୍ତି ପ୍ରମୁଖ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.

nine − nine =

error: Content is protected !!