om academy

ମନ୍ତ୍ରୀ ଟୁକୁନିଙ୍କୁ ଗତକାଲି ବିରୋଧ, ଆଜି ସ୍ୱାଗତ : ଗୁଡ଼ଭେଲା ବ୍ଲକ ପାଇଁ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ୬୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଜଳସେଚନ ଓ ପାନୀୟ ଜଳର ସୁବିଧା ପାଇଁ ରାହୁଲ ଅନ୍ତଃନଦୀ ପ୍ରକଳ୍ପ ପାଇଁ ୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଡ଼ଭେଲା ବ୍ଲକ କନଫରେନ୍ସ ହଲ ପରିସରରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପକୁ ଭିଡିଓ କନଫରେନ୍ସ ଜରିଆରେ ୫ଟି ସଚିବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିଲେ । ଏହା ଦ୍ୱାରା ପ୍ରାୟ ୮ ଟି ଗ୍ରାମର ୮୭୮୪ ଲୋକ ଉପକୃତ ହେବ ବୋଲି ମନ୍ତ୍ରୀ ଟୁକୁନୀ ସାହୁ ପ୍ରକାଶ କରିଥିଲେ । ତେବେ ଗତକାଲି ମନ୍ତ୍ରୀ ଶ୍ରୀମତୀ ସାହୁ ଉକ୍ତ ବ୍ଳକକୁ ଗସ୍ତ କରିଥିବା ବେଳେ ସ୍ଥାନୀୟ ଯୁବକ ମାନେ କଳାପତକା ଦେଖାଇ ବିରୋଧ କରିଥିଲେ । ହେଲେ ଆଜି ରାହୁଲ ଅନ୍ତଃନଦୀ ପ୍ରକଳ୍ପ ପାଇଁ ୬୨ କୋଟି ଟଙ୍କା ମଞ୍ଜୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହିତ ଦେଖିବା ସହ ସ୍ୱାଗତ କରିଥିବା ସହ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଚେଷ୍ଟାରେ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ ହୋଇ ପାରିବ ବୋଲି ସ୍ଥାନୀୟ ଜନସାଧାରଣ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.