ଏବେ ମାନିବାକୁ ହେବ ଅନ୍ ଲକ୍ ୩.୦

ନୂଆଦିଲ୍ଳୀ, (କେପିଏନ୍ଏସ୍) : କରୋନା ଯୋଗୁଁ ସାରା ବିଶ୍ୱରେ ଲକ୍ଡାଉନ୍, ସଟ୍ଡାଉନ୍ ତୁହାକୁ ତୁହା ଜାରି ରହିଛି । ତେବେ ଭାରତରେ ମଧ୍ୟ ଏ ପ୍ରକିୟା ଜାରି ରହିଥିଲା । କରୋନା ସ୍ଥିତିକୁ ଦେଖି ବର୍ତ୍ତମାନ କେନ୍ଦ୍ର ସରକାର ପ୍ରଥମେ ଲକ୍ଡାଉନ ପରେ ଅନ୍ଲକ୍ ୧.୦ ପରେ ୨.୦ ଘୋଷଣା କରିଥିବା ବେଳେ ଏବେ ଘୋଷଣା କରିଛନ୍ତି ଅନ୍ଲକ୍ ୩.୦ । ୩.୦ରେ ଆସନ୍ତା ୫ ତାରିଖରେ ଜିମ୍ ଏବଂ ଯୋଗ ପ୍ରତିଷ୍ଠାନଗୁଡିକ ଖୋଲାଯିବ ଯେମିତି କରୋନା ସଂକ୍ରମଣ ନବ୍ୟାପିବ ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟ ପକ୍ଷରୁ ନିୟମାବଳୀ ଜାରି ହୋଇଛି । ଯେଉଁ ବ୍ୟକ୍ତିମାନେ ଜିମ୍ ଏବଂ ଯୋଗ ପ୍ରତିଷ୍ଠାନଗୁଡିକୁ ଯିବେ ସେମାନେ ଏହି ନିୟମାବଳୀ ମାନିବା ଜରୁରୀ ।
୧- ଅବରୋଧ ଅଂଚଳରେ ଥିବା ଜିମ୍ ଓ ଯୋଗ ପ୍ରତିଷ୍ଠାନ ଖୋଲିବ ନାହିଁ । ସେଠାକୁ ସାଧାରଣ ଲୋକ ଯାଇପାରିବେ ନାହିଁ ।
୨- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମୟେ ସମୟେ ପ୍ରକାଶ ପାଉଥିବା ନିୟମାବଳୀ ପାଳନ କରିବାକୁ ହେବେ ।
୩- ୬୫ ବର୍ଷରୁ ଅଧିକ ୧୦ ବର୍ଷରୁ କମ୍ ବୟସର ବ୍ୟକ୍ତି, ଗର୍ଭବତୀ ମହିଙ୍କୁ ଅନୁମତି ମିଳିବ ନାହିଁ ।
୪- ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତା ବଜାୟ ରଖିବେ । ପରସ୍ପର ଠାରୁ ୬ ଫୁଟ୍ ଦୂରରେ ରହିବେ ।
୫- ପରିସର ଭିତରରେ ମାସ୍କ ପିନ୍ଧିବା ଜରୁରୀ । ତେବେ ବ୍ୟାୟାମ କରିବା ସମୟରେ ନିଶ୍ପାସ ନେବାରେ କଷ୍ଟ ହେବାକୁ ଥିବାରୁ ଲୋକମାନେ ଭାଇଜର ପିନ୍ଧିବେ ।
୬- ବାରମ୍ବାର ସାବୁନ କିମ୍ବା ହେଣ୍ଡୱାସ୍ରେ ହାତକୁ ୪୦ରୁ ୬୦ ସେକେଣ୍ଡ୍ ସଫା କରିବେ । ଆଲ୍କହଲ ଯୁକ୍ତ ସ୍ୟାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି ।
୭- ଛିଙ୍କିବା, କାଶିବା ସମୟରେ ନାକ ଓ ପାଟିକୁ ଟିସୁ୍ୟ ପେପର୍, କପଡା କିମ୍ବା କୁହୁଣୀ ଆଦିରେ ଘୋଡାଇ ରଖିବାକୁ ହେବ । ବ୍ୟବହୃତ ଟିସୁ୍ୟ ପେପର୍କୁ ଉପଯୁକ୍ତ ସ୍ଥାନରେ ପକାଇବାକୁ ପଡିବ ।
୮- ପରିସରରେ ଛେପ ପକାଇବାକୁ କଡ଼ାକଡ଼ି ବାରଣ କରାଯାଇଛି ।
୯- ସମସ୍ତେ ଆରେଗ୍ୟ ସେତୁ ଆପ୍ ବ୍ୟବହାର କରିବେ ।
୧୦- କୋ÷ଣସି ପ୍ରକାରର ରୋଗ କିମ୍ବା ରୋଗର ଲକ୍ଷଣ ଦେଖାଦେଲେ ନିକଟତମ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବାକୁ କୁହାଯାଇଛି ।
୧୧- ଜିମ୍ ଓ ଯୋଗ ପ୍ରତିଷ୍ଠାନର ପ୍ରବେଶ ଦ୍ୱାରା, କୋଠା, ଗାଧୁଆଘର, ଶୈାଚାଳୟ ଓ ମେସିନ୍ ଆଦିକୁ ବିଶୋଧନ କରାଯିବ ।
୧୨-ବିନା ସ୍ପର୍ଶରେ ଓ କାର୍ଡରେ ଦେୟ ପ୍ରଦାନକୁ ପ୍ରୋତ୍ସାହିତ କରାଯିବ ।
୧୩- ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ କେବଳ ଅନୁମତି ଦିଆଯିବ । ସମସ୍ତଙ୍କର ର୍ଥମାଲ୍ ସ୍କ୍ରିନିଂ ବାଧ୍ୟତାମୂଳକ । ଏକାଥରକେ ସମସ୍ତଙ୍କୁ ବ୍ୟାୟାମ ଓ ଯୋଗ କରିବାକୁ ସୁଯୋଗ ନଦିଆଯାଇ ବ୍ୟାଚ୍ ହିସାବ୍ରେ କରାଯିବ ।
୧୪-ସ୍ପା,ଷ୍ଟିମ୍ ବାଥ୍ ଓ ଆଦି ସ୍ୱିମିଂ ପୁଲ୍ ବନ୍ଦ ରହିବ ।

Leave A Reply

Your email address will not be published.