pakka

ହଜାରେ ବର୍ଷର ପୁରୁଣା ବିଷ୍ଣୁମୂର୍ତ୍ତି ଓ ଶିବଲିଙ୍ଗ ଉଦ୍ଧାର

bbehera

ବେଙ୍ଗାଲୁରୁ : ତେଲେଙ୍ଗାନା-କର୍ଣ୍ଣାଟକ ସୀମା ନିକଟ କୃଷ୍ଣା ନଦୀତଟରୁ ଏକ ପ୍ରାଚୀନ ବିଷ୍ଣୁମୂର୍ତ୍ତି ଏବଂ ଶିବଲିଙ୍ଗ ଉଦ୍ଧାର କରାଯାଇଛି । କର୍ଣ୍ଣାଟକର ରାଇଚୁରରେ ଏକ ପୋଲ ନିର୍ମାଣ ସମୟରେ ଏହି ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି । ବିଶ୍ୱାସ କରାଯାଉଛି ଯେ, ଏହି ମୂର୍ତ୍ତିଗୁଡ଼ିକ ୧୦୦୦ ବର୍ଷ ପୁରୁଣା ହୋଇପାରେ । ଏହି ବିଷ୍ଣୁ ମୂର୍ତ୍ତି ଓ ଶିବଲିଙ୍ଗ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀନରେ ରହିଛି । ବିଷ୍ଣୁମୂର୍ତ୍ତି ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ପ୍ରତିମୂର୍ତ୍ତିର ବୈଶିଷ୍ଟ୍ୟ ସହିତ ସମାନ । ବିଷ୍ଣୁ ମୂର୍ତ୍ତି ଠିଆ ଅବସ୍ଥାରେ ଅଛି ଏବଂ ଏହାର ଚାରିପାଖରେ ୧୦ଟି ଅବତାରକୁ ଦର୍ଶାଯାଇଛି । ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ରାଜ୍ୟର ଖ୍ୟାତନାମା ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜ ତିଆରି କରିଥିଲେ ।

jay balangir
Leave A Reply

Your email address will not be published.

20 − seventeen =