ଓର୍ମାସ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେକେଜିଂ କମ୍ପାନୀର ମିଳିତ ଉଦ୍ୟମରେ ଦୁଇଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଓର୍ମାସ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେକେଜିଂ କମ୍ପାନୀର ମିଳିତ ଉଦ୍ୟମରେ ଦୁଇଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଉଦ୍‌ଘାଟିତ ହୋଇ ଜଉଗଡ ସେମିନାର ହଲ୍‌ରେ ଏହା ଉଦକଯାପିତ ହୋଇଯାଇଛି । ଏହି କର୍ମଶାଳାରେ ୬ ଗୋଟି ଜିଲ୍ଲାର ୬୦ଜଣ ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କର ସଭ୍ୟାମାନଙ୍କୁ ନେଇ ଏକ ଦୁଇଦିନିଆ ଉନ୍ନତମାନର ପେକେଜ୍ ନେଇ ସଚେତନତା ଏବଂ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଗଞ୍ଜାମର ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ମହିଳା ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେକେଜିଂ କମ୍ପାନୀର ଦୁଇ ଦକ୍ଷତା ବିଶେଷଜ୍ଞଙ୍କ ଦ୍ଵାରା ଉକ୍ତ ଦୁଇଦିନିଆ କର୍ମଶାଳାକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ । ଏବଂ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡିପିଏମ୍‌ଓଏଲ୍ଏମ୍‌ ନବୀନ ସେନାପତି ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ କିପରି ସଫଳ ରୂପାୟନ ହେବ ସେ ବିଷୟରେ ପରାମର୍ଶ ଦେଇଥିଲେ । ଓରମାସର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟସୁନ୍ଦର ଶିବରାମ ପାଇଟ୍ଟାଲ୍ ଉକ୍ତ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା, ଗଜପତି, କନ୍ଧମାଳ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ ଜିଲ୍ଲାର ସମସ୍ତ ସଭ୍ୟାଙ୍କ ସହିତ ବାଣିଜ୍ୟ ପରିଚାଳକ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × 4 =

error: Content is protected !!