ଭାରତର କୋଭିଡ ସୁସ୍ଥ ହାର ୮୩ ପ୍ରତିଶତ ଅତିକ୍ରମ କଲା : ସକ୍ରିୟ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା ୪୧.୫ ଲକ୍ଷ ଅଧିକ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ କୋଭିଡ ସୁସ୍ଥଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ନୂଆ ମାମଲା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଏହାସହିତ ଭାରତର କୋଭିଡ ସୁସ୍ଥ ହାର ମଙ୍ଗଳବାର ୮୩ ପ୍ରତିଶତ ଅତିକ୍ରମ କରିଛି ।
ଗତ ୨୪ ଘଣ୍ଟାରେ ଦେଶରେ ୭୦,୫୮୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୮୪,୮୭୭ ସୁସ୍ଥ ହୋଇଛନ୍ତି । ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୫୧,୦୧,୩୯୭ ଛୁଇଁଛି ।
ନୂଆ ସୁସ୍ଥ ମାମଲା ମଧ୍ୟରେ ୧୦ଟି ରାଜ୍ୟ, ଯଥା- ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତର ପ୍ରଦେଶ, ଦିଲ୍ଲୀ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରୁ ୭୩ ପ୍ରତିଶତ ପଞ୍ଜିକୃତ ହୋଇଛି ।
ପ୍ରାୟ ୨୦ ହଜାର ସୁସ୍ଥ ତାଲିକା ସହ ମହାରାଷ୍ଟ୍ର ଶୀର୍ଷରେ ଥିବା ବେଳେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ୭ ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି ।
ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ସକ୍ରିୟ ମାମଲା ଓ ସୁସ୍ଥ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବଢିବାରେ ଲାଗିଛି ।
ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା (୯,୪୭,୫୭୬) ତୁଳନାରେ ଅଧିକ (୪୧,୫୩,୮୩୧) ରହିଛି । ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ହାର ୫.୩୮ ଗୁଣ ଅଧିକ ରହିଥିବାରୁ ସୁସ୍ଥ ସଂଖ୍ୟା କ୍ରମାଗତ ଭାବେ ବଢୁଥିବା ସ୍ପଷ୍ଟ ହୋଇଛି ।
ଦେଶରେ ସମୁଦାୟ ପଜିଟିଭ ମାମଲା ମଧ୍ୟରୁ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫.୪୨ ପ୍ରତିଶତ ରହିଛି ଓ କ୍ରମାଗତ ଭାବେ ହ୍ରାସ ପାଉଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୭୦, ୫୮୯ ନୂଆ ମାମଲା ଚିହ୍ନଟ ହୋଇଛି ।
ଚିହ୍ନଟ ହୋଇଥିବା ନୂଆ ମାମଲାଗୁଡିକ ମଧ୍ୟରୁ ୭୩ ପ୍ରତିଶତ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଚିହ୍ନଟ ହୋଇଛି ।
ମହାରାଷ୍ଟ୍ର ଏହି ସୂଚୀରେ ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ୧୧ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭୬ଟି ମୃତ୍ୟୁ ହୋଇଛି ।
କୋଭିଡ ମୃତ୍ୟୁ ମାମଲାର ୭୮ ପ୍ରତିଶତ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ହୋଇଛି ।
ନୂଆ ମୃତ୍ୟୁ ମାମଲା ମଧ୍ୟରେ ମହାରାଷ୍ଟ୍ରରେ ୨୩ ପ୍ରତିଶତ ଅଧିକ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୧୮୦ଟି କୋଭିଡ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରେ ୭୦ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.