oom

ହାର୍ଦ୍ଦିକଙ୍କୁ ମିଳିଲା ସ୍ପେଶାଲ୍ ଗିଫ୍ଟ : ଯାହା ସେ ସାରା ଜୀବନ ମନେ ରଖିବେ

jsmm

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯେବେଠାରୁ ପୁତ୍ର ସନ୍ତାନର ବାପା ହେଲେଣି, ସେବେଠାରୁ ଅଧିକାଂଶ ସମୟରେ ସୋଶାଲ ମିଡିଆରେ ନିଜ ପୁଅର ଫଟୋ ଶେଆର୍ କରିଆସୁଛନ୍ତି। ନିକଟରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କୁ ଏଭଳି ଏକ ଗିଫ୍ଟ ମିଳିଛି, ଯାହା ଉଭୟଙ୍କ ପାଇଁ ବହୁତ ଖାସ୍। ହାର୍ଦ୍ଦିକ ଓ ନତାଶାଙ୍କୁ ତାଙ୍କ ପୁଅ ଅଗସ୍ତ୍ୟର ପାଦ ଓ ହାତ ଚିହ୍ନ ଥିବା ଏକ ସ୍ପେଶାଲ୍ ଉପହାର ମିଳିଛି। ଏହି ଉପହାର ପାଇବା ପରେ ଦୁହେଁ ବହୁତ ଖୁସି ହୋଇଛନ୍ତି।

ନିକଟରେ ନତାଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେଆର୍ କରିଥିଲେ, ଯେଉଁଥିରେ ତାଙ୍କ କୋଳରେ ପୁଅ ଅଗସ୍ତ୍ୟ ବସିଛି। ସେହିପରି କିଛି ଦିନ ତଳେ ହାର୍ଦ୍ଦିକ ନିଜର ଟୁଇଟର୍ ଆକାଉଣ୍ଟରେ ଫଟୋ ଶେଆର୍ କରି ଲେଖିଥିଲେ, ମୋ ପୁଅର ପ୍ରଥମ ଫ୍ଲାଇଟ୍ ଯାତ୍ରା ସୂଚନାଯୋଗ୍ୟ, ଭାରତୀୟ ଟିମର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଗତବର୍ଷ ଜୁଲାଇ ୩୦ ତାରିଖରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଯାହା ପରେ ହାର୍ଦ୍ଦିକ ବାପା ହେବା ନେଇ ସୂଚନା ଦେଇଥିଲେ। ଦୁହେଁ ଗତବର୍ଷ ଜାନୁଆରୀରେ ନିର୍ବନ୍ଧ କରିଥିଲେ। ଏହା ପରେ ଲକଡାଉନ୍ ଆରମ୍ଭରୁ ଦୁହେଁ ବିବାହ କରିଥିଲେ। ତେବେ ମେ’ ମାସରେ ହାର୍ଦ୍ଦିକ ଓ ନତାଶା ଘୋଷଣା କରିଥିଲେ ଯେ ଖୁବଶୀଘ୍ର ସେମାନେ ବାପା-ମା’ ହେବାକୁ ଯାଉଛନ୍ତି ।

jittmm
Leave A Reply

Your email address will not be published.