ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭାମିକାଙ୍କ ଫଟୋ : ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ । ରବିବାର ଦିନ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ବିରାଟ ୫୦ ରନ୍‌ ସଂଗ୍ରହ କରିବା ପରେ ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚି ଉଭୟ ଖୁସିଥିବା ନଜରକୁ ଆସିଥିଲେ । ଏହି ସମୟରେ ବ୍ରଡ୍‌କାଷ୍ଟରର କ୍ୟାମେରା ତାଙ୍କ ଆଡ଼କୁ ବୁଲିଥିଲା ଏବଂ ଅନୁଷ୍କାଙ୍କ କୋଳରେ ଥିବା ଭାମିକାଙ୍କ ଫଟୋ ଭାଇରାଲ ହୋଇଯାଇଥିଲା । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି । ଦୁହେଁ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି ଯେ, ଆମ ଝିଅର ଫଟୋ ଗତକାଲି ଷ୍ଟାଡିୟମରେ କ୍ଲିକ୍‌ କରାଯାଇଥିଲା ଏବଂ କ୍ରମାଗତ ଭାବରେ ଭାଇରାଲ ହେଉଛି । ତେଣୁ ଆମେ ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଆମେ ଜାଣି ନଥିଲୁ ଯେ କ୍ୟାମେରାର ନଜର ଆମ ଉପରେ ଅଛି । ଝିଅର ଫଟୋ ବିଷୟରେ ଆମର ସେହି ମନୋଭାବ ଅଛି । ଆମେ ଆଶା କରୁଛୁ, ଭାମିକାଙ୍କ ଫଟୋ ନ ଉଠାଇବା ପାଇଁ ।

Leave A Reply

Your email address will not be published.

9 − 4 =

error: Content is protected !!