ପଞ୍ଜାବରେ ବିଜେପି ୬୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ

ନୂଆଦିଲ୍ଲୀ : ପଞ୍ଜାବରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ସହିତ ସମସ୍ତ ରାଜନୈତିକ ଦଳ ନିଜର ବିଜୟ ଦାବୀ କରୁଛନ୍ତି । ଏହି ସମୟରେ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ପଞ୍ଜାବକୁ ନେଇ ଏନ୍‌ଡିଏର ଦୃଷ୍ଟିକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ ହେବା ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସେଠାରେ ସୁରକ୍ଷା ପ୍ରସଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଅମରିନ୍ଦର ସିଂଙ୍କ ଆକାଉଣ୍ଟରେ ୩୭ଟି ସିଟ୍ ରହିଥିବା ବେଳେ ଜେପି ନାଡ୍ଡା କହିଛନ୍ତି ଯେ, ଏହି ନିର୍ବାଚନ ପଞ୍ଜାବର ଭବିଷ୍ୟତ ସ୍ଥିର କରିବ । ସେ କହିଛନ୍ତି ଯେ, ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଏନ୍‌ଡିଏରୁ ୩୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ସୁଖଦେବ ସିଂ ଧିନ୍ଦସାଙ୍କ ଶିରୋମାନି ଅକାଲୀ ଦଳ (ୟୁନାଇଟେଡ)କୁ ୧୫ଟି ସିଟ୍ ଦିଆଯାଇଛି । ପଞ୍ଜାବର ୬୫ଟି ଆସନରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଶ୍ରୀ ନାଡ୍ଡା କହିଛନ୍ତି ।

Leave A Reply

Your email address will not be published.

19 − six =

error: Content is protected !!