ଇଟାଲିରେ ପୁଣି କାୟା ବସ୍ତାର କରୁଛି କରୋନା, ସାଧାରଣରେ ଆତଙ୍କ

ମିଲାନ : ଇଟାଲିରେ ପୁଣି କାୟା ବିସ୍ତାର କରୁଛି କରୋନା । ଜନସାଧାରଣ ଆତଙ୍କିତ ହୋଇ ଉଠିଥିବା ବେଳେ ଗତକାଲି ୧୧ ହଜାର୭୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୯ ଜଣଙ୍କ କରୋନା ସଂକ୍ରମଣରେ ଜୀବନ ହାନୀ ହୋଇଥିବା ମଧ୍ୟ ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ ସରକାର ପୁଣି ଲକ୍‌ ଡାଉନ୍‌ ଆରମ୍ଭ କରିବାକୁ ବାଧ୍ୟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଫ୍ରାନ୍ସ, ସ୍ୱିଜର୍‌ଲାଣ୍ଡ ସହ ଅନେକ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି । ଏହାପରେ ଫ୍ରାନ୍ସ ଏବଂ ଏବେ ଇଟାଲି ପକ୍ଷରୁ ପୁଣିଥରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ଇଟାଲିରେ ଏବେ ସଂଧ୍ୟା ୬ଟାରୁ ରେଷ୍ଟୋରେଣ୍ଟ ସବୁ ବନ୍ଦ ହୋଇଯିବ । ସାରା ଦେଶରେ ଧାର୍ମିକ ଅନୁଷ୍ଠାନ ତଥା ପାରମ୍ପାରିକ ପର୍ବ ପର୍ବାଣୀ ପାଳନରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଅଧିକ ଜନ ସମାଗମକୁ ସଂପୂର୍ଣ୍ଣ ବାରଣ କରାଯାଇଥିବା ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.