ବିଶ୍ୱର ସବୁଠାରୁ ଖତର୍‌ନାକ୍‌ ସ୍ଥାନରେ ଦେଖିବାକୁ ମିଳିଲା ବିଶାଳ ପ୍ରଜାପତି : ଚଢେ଼ଇ ପରି ଡେଣା

ଚେର୍ନୋବିଲ : ବିଶ୍ୱର ସବୁଠାରୁ ଖତର୍‌ନାକ୍‌ ସ୍ଥାନ ସୁମାର ୟୁକ୍ରେନ୍‌ର ଚେର୍ନୋବିଲ ପରମାଣୁ ପାୱର ପ୍ଲାଣ୍ଟର ଦୁର୍ଘଟଣା ସ୍ଥଳ ନିକଟରେ ଦେଖିବାକୁ ମିଳିଛି ଏକ ବିଶାଳ ପ୍ରଜାପତି । ଏହି ପ୍ରଜାପତିର ଡେଣା ଏତେ ବଡ଼ ଯେ ଦେଖିବାକୁ ପକ୍ଷୀର ଡେଣା ଭଳି ଜଣାପଡ଼ୁଛି । ଏହା ଚେର୍ନୋବିଲ ପ୍ଲାଣ୍ଟର ବିଶେଷ ଜୋନ୍‌ ଭିତରେ ଦେଖାଦେଇଛି । ରେଡିଏସନ୍‌ ଏଣ୍ଡ୍‌ ଇକୋଲାଜିକାଲ ବାୟୋସ୍ପେୟାର ରିଜର୍ଭର ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିଛନ୍ତି ।
ସଂପୃକ୍ତ ବୈଜ୍ଞାନିକମାନେ ଏହି ପ୍ରଜାପତିର ଫଟୋକୁ ରିଜର୍ଭର ଫେସ୍‌ବୁକ୍‌ ପେଜ୍‌ରେ ଶେୟାର କରିଛନ୍ତି । ରେଡିଏସନ୍‌ ଏଣ୍ଡ୍‌ ଇକୋଲାଜିକାଲ ବାୟୋସ୍ପେୟାର ରିଜର୍ଭର ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହି ପ୍ରଜାପତି ମ୍ୟୁଟେସନ୍‌ର ପରିଣାମ ନୁହେଁ, ବରଂ ଏଠାରେ ଦେଖିବାକୁ ମିଳୁଥିବା ଏକ ସ୍ୱତନ୍ତ୍ର ଏବଂ ଦୁର୍ଲ୍ଲଭ ପ୍ରଜାତିର ପ୍ରଜାପତି । ଏହା କାଟୋକାଲା ଫ୍ରାକ୍ସିନି ନାମରେ ପରିଚିତ ।

Leave A Reply

Your email address will not be published.