csstore

ଓସାକା ହାଇଦ୍ରାବାଦର ନୂତନ କର୍ମକର୍ତ୍ତା ଚୟନ ସହ ସେମିନାରୟ ଆୟୋଜନ ଘୋଷଣା

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ଇତି ମଧ୍ୟରେ ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ‘ଓସାକା’ ହାଇଦ୍ରାବାଦର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଏବଂ ନୂଆଁ କାର୍ଯ୍ୟକାରୀ କମିଟି ଗଠନ ହୋଇଥିଲା । ପୂର୍ବତନ ସଭାପତି ରାମକୃଷ୍ଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାମଲ ଏବଂ ଉପ ସଭାପତି ଶଙ୍କର ସାହୁ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ସଭାରେ ସର୍ବସମ୍ମତି କ୍ରମେ ଓସାକାର ସଭାପତି ଭାବେ ସୁନୀଲ କୁମାର ଗଡ଼ତ୍ୟା, ସାଧାରଣ ସମ୍ପାଦକ ଭାବେ ସନ୍ଦୀପ ପାଣିଗ୍ରାହୀ ଏବଂ ଉପ ସଭାପତି ଭାବେ ସୁଧାଂଶୁ ତ୍ରିପାଠୀ ଓ ବିଘ୍ନରାଜ ମେହେର ନିଯୁକ୍ତ ହୋଇଛନ୍ତି । ଏହା ସହିତ ଇଶ୍ଵର କୁମ୍ଭାର, ସମୀର ପାଢି, ଜିତେନ୍ଦ୍ରିୟ ପ୍ରଧାନ, ନୀଳାଚଳ ପ୍ରଧାନ, ମହେଶ ଦାସ, ପ୍ରତ୍ୟୁଷ ମିଶ୍ର, ବିଘ୍ନେଶ ସାହୁ, ମନୋଜ ପ୍ରଧାନ, ସଦାନନ୍ଦ ସାହୁ, ସୁବ୍ରତ କ୍ଷେତି, ଭବେନ୍ଦ୍ର ପ୍ରଧାନ, ଶଙ୍କର ସାହୁ ଏବଂ ବଳରାମ ମାଝି ମଧ୍ୟ ସର୍ବସମ୍ମତି କ୍ରମେ କାର୍ଯ୍ୟକାରିଣୀ କମିଟିର ବିଭିନ୍ନ ପଦବୀରେ ଚୟନ ହୋଇଛନ୍ତି । ନୂତନ ସଭାପତି ସୁନୀଲ କୁମାର ଗାଡ଼ତ୍ୟା ଓସାକାର କାର୍ଯ୍ୟଭାର ଗ୍ରହଣ ସହ ତାଙ୍କର ସ୍ଵାଗତ ବକ୍ତବ୍ୟରେ ଆଗାମୀ ଦିନରେ ଓସାକା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଶ୍ଚିମ ଓଡିଶାରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ତଥା ପଶ୍ଚିମ ଓଡିଶାର ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ତଥା ପଶ୍ଚିମ ଓଡିଶା ସମ୍ପର୍କିତ ଏକାଡେମୀକ୍‌ ଆଲୋଚନା ଉପରେ ପ୍ରୋଗ୍ରାମ ଆୟୋଜନ କରିବାକୁ ଘୋଷଣା କରିଛନ୍ତି । ଆଗାମୀ ୧୭ ଡିସେମ୍ବର ୨୦୨୩ ଦିନ ହାଇଦ୍ରାବାଦରେ ପଶ୍ଚିମ ଓଡିଶାର ଐତିହ୍ୟ ଏବଂ ଉନ୍ନତି ଦିଗରେ ଆଲୋଚନା ପାଇଁ ସେମିନାର୍‌ ଆୟୋଜନ କରିବାକୁ ମଧ୍ୟ ନୂଆ କମିଟି ସ୍ଥିର କରିଛନ୍ତି । ନବନିଯୁକ୍ତ ସାଧାରଣ ସମ୍ପାଦକ ସନ୍ଦୀପ ପାଣିଗ୍ରାହୀ ଶେଷରେ ଧନ୍ୟବାଦ ଦେବା ସହ ପଶ୍ଚିମ ଓଡିଶାର କିଛି ଗବେଷକ ଏବଂ ସଂଗଠକମାନଙ୍କୁ ନେଇ ପ୍ରଥମ ଥର ପାଇଁ ଆୟୋଜିତ ଏହି ସେମିନାର୍‌ର ସଫଳତା ସକାଶେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

jayashree
Leave A Reply

Your email address will not be published.