pakka

ଓସାକା ହାଇଦ୍ରାବାଦ ଭର୍ଚୁଏଲ ନୂଆଁଖାଇ ଭେଟ୍‌ଘାଟ୍‌ରେ ପଶ୍ଚିମ ଓଡିଶାର ହଜି ଯାଉଥିବା ଲୋକକଳା ପ୍ରଦର୍ଶିତ

l2

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ‘ଓସାକା’ ତରଫରୁ ଏହି ବର୍ଷ ଅକ୍ଟୋବର ୩ ତାରିଖ ସନ୍ଧ୍ୟାରେ ଭର୍ଚୁଏଲ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନିଆରା ଢଙ୍ଗରେ ଆୟୋଜିତ ହୋଇଯାଇଛି । ଏ ବର୍ଷ ‘ଗାଁ ରୁ ଗ୍ଲୋବାଲ’ ବାର୍‌ତା ମାଧ୍ୟମରେ ପଶ୍ଚିମ ଓଡିଶାର ଗ୍ରାମାଚଂଲର ହଜିଯାଉଥିବା ଲୋକକଳାକୁ ଓସାକା ପ୍ରାଧାନ୍ୟ ଦେଇଥିଲା ।

ମୁଖ୍ୟ ଅତିଥି ଓଟିଡିସି ଚେୟାରମେନ୍‌ ଶ୍ରୀମୟୀ ମିଶ୍ର ତାଙ୍କ ବାର୍‌ତା ମାଧ୍ୟମରେ ସମ୍ବଲପୁରୀ-କୋସଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନୀତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ସହ ପଶ୍ଚିମ ଓଡିଶାର ଦର୍ଶନୀୟ ପୀଠର ଉନ୍ନତି ବିଷୟରେ ସୂଚନା ଦେଇଥିଲେ ।

ସମ୍ମାନୀତ ଅତିଥି ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ପଦ୍ମଶ୍ରୀ ହଲଧର ନାଗ, ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟକାର କେଶରଂଜନ ପ୍ରଧାନ, ସାହିତ୍ୟିକ ମହୋନ ସାହୁ, ଅଧ୍ୟାପକ ଡ. ସଂଜୟ ମିଶ୍ର, ନାଟ୍ୟକାର ଚୁଡାମଣି ରଥ, ସଂଗୀତଜ୍ଞ ସର୍ବେଶ୍ୱର ଭୋଇ ପ୍ରମୁଖ ପଶ୍ଚିମ ଓଡିଶାର କଳା ସଂସ୍କୃତିର ମହାନ ପରମ୍ପରା ଉପରେ ଆଲୋକପାତ କରିବା ସହ ବରଗଡ ଧନୁଯାତ୍ରାର କଂସ ମହାରାଜ ଭୂବନେଶ୍ୱର ପ୍ରଧାନ ମଧ୍ୟ ନୁଆଁଖାଇ ବାର୍‌ତା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଲୁପ୍ତପ୍ରାୟ ହୁମୋ ବଉଲି, ଘୋଡାନାଚ, ଧୁନ୍‌କେଲ, ଝୁମେର, ଦେବ୍‌ଗୁନିଆ, ସିଂ ବଜା, ପାଏନ୍‌ ଡଁଣ, ଓରାମ ନାଚ୍‌, ଡଁଣା, ଶିଶୁ ଘୁମୁରା, ଧୂପ୍‌ କେଲ, ବାଡି ଖେଲ, ଘୁଡ୍‌କା, ବାହାକ, ପୁରୁଣା ଗଣ୍ଡାବଜା, ଭାଲୁ ବଁଏସି, ଷୋହଲ ସୁଆଙ୍ଗ ହର-ପାର୍ବତୀ, କୃଷ୍ଣଗୁରୁ, ଲଙ୍କାପୁଡି ପରମ୍ପରା ଆଦି ଲୋକ ସଂସ୍କୃତି କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବା ସହ ପଶ୍ଚିମ ଓଡିଶାର କିଛି ଦର୍ଶନୀୟ ପୀଠ ଯଥା ରାଣୀପୁର ଝରିଆଲ, ବାର ପାହାଡର ବାର ବଖରା, ନୁଆଁପାଲି ସ୍ଥିତ ନବପ୍ରଭାତ ଗୁରୁକୁଲ, କଣ୍ଠେଶ୍ୱରପୁରର ଐତିହ୍ୟ ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା । ପ୍ରଥମଥର ପାଇଁ ‘ନିଆରା ନୁଆଁଖାଇ’ ତଥା ‘ପିଠାମଡା’ ପ୍ରତିଯୋଗିତା ସହ ଝୁଁଟି କଳା ପ୍ରଦର୍ଶନ ଏବଂ ଶିଶୁ ମାନଙ୍କ ପାଇଁ ‘ମାଟିର ମେଧା’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ବିଶିଷ୍ଟ ଚିତ୍ରକାର ପ୍ରଶାନ୍ତ ମାଝୀ, ଡା. କେଦାର ପଟେଲ, ନିର୍ମଳ ବରିହା, ଚୌଧୁରୀ ବିଭାର, ବିମୋହିନୀ ପାଣିଗ୍ରାହୀ, ପୁଷ୍ପାଞ୍ଜଳୀ ସାହୁ, କ୍ରିଷ୍ଣା ଦାସ ପ୍ରମୁଖ ବିଚାରକ ମଣ୍ଡଳୀ ପ୍ରତିଯୋଗିତାର ବିଜେତା ଘୋଷଣା କରିବା ସହ ସୁଦୂର ଆମେରିକା, ନିଉଜିଲାଣ୍ଡର ପ୍ରତିଯୋଗୀ ମାନଙ୍କୁ ବିଶେଷ ଜୁରୀ ପୁରସ୍କାର ପ୍ରଦାନ କରିଥିଲେ ।

ପଦ୍ମଶ୍ରୀ ହଲଧର ନାଗଙ୍କ ଧୂନ୍‌କେଲ ପରିବେଷଣ, ସର୍ବେଶ୍ୱର ଭୋଇଙ୍କ ନାଚ ଗୀତ ସହ ଘୁମୁରା ପ୍ରଦର୍ଶନ, କୃଷ୍ଣପ୍ରିୟା କଳା ପରିଷଦ ସାନ-ବଡଙ୍କ ମନୋହରା ଘୁଡ୍‌କା, ଗୁଣ ରଞ୍ଜନ ସାଲିମାଙ୍କ ହାସ୍ୟବ୍ୟଙ୍କ ତଥା କମେଡି କିଙ୍କ ଯୋଗେଶ ଯୋଯୋ, କେଦାର ପଟେଲ, ବାହାକ ଜଗନ୍ନାଥ ମୁଦୁଲି ଏବଂ ଅର୍ଜୁନ କୁମାର ସାହୁଙ୍କ ମିଲିତ ଉପସ୍ଥାପନା ଶୈଳୀ ଲୋକମାନଙ୍କର ମନ ମୋହି ନେଲା । ସିନେ ନିର୍ମାତା କେ. ତମନ୍ନା, ‘ଝୋଲାଛାପ୍‌’ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପଶ୍ଚିମ ଓଡିଶାର ଯୁବ କଳାକାର ମାନଙ୍କର ମେଧାକୁ ବଲିଉଡ ପର୍ଯ୍ୟନ୍ତ ପହଚେଁଇବା ପାଇଁ ଚେଷ୍ଟା ସହ ଗ୍ରାମାଂଚଲର ମହାନ ସଂସ୍କୃତି ପରମ୍ପରାର ଐତିହକୁ ସିନେମା ମାଧ୍ୟମରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ ପାଇଁ ପ୍ରୟାସ କରିବେ ବୋଲି ବାର୍‌ତା ଦେଇଥିଲେ ।

‘ମାଁ ମାଟିର କୁଇଜ୍‌’ ପ୍ରୋଗ୍ରାମ ଲୋକମାନକର ମନ୍‌ରେ ବିଶେଷ ଉତ୍ସୁକତା ପ୍ରଦାନ ସହ ଶିଶୁ କଳାକାର ଆୟୁଷ ବାଗ, ଲୋପାମୁଦ୍ରା ବାଗ୍‌, ଶ୍ରୀୟା ତ୍ରିପାଠୀ, ଶୁଭଶ୍ରୀ ସାହୁ ତଥା ଉଦୀୟମାନ କଲାକାର ଅଗ୍ନୀ ମାହନନ୍ଦଙ୍କର କଲା ପ୍ରଦର୍ଶନ ମନୁଛୁଆଁ ଥିଲା । ଏହି କାର୍ଯ୍ୟକ୍ରମରେ ‘ଓସାକା’ ତରଫରୁ ପଶ୍ଚିମ ଓଡିଶା ଯୁବାମଂଚକୁ ‘ସ୍ୱାଭିମାନୀ ସଂଗଠନ ସମ୍ମାନ’ ଏବଂ ଯୁବ କଲାକାର ତଥା କବି ଶ୍ରୀ ଅର୍ଜୁନ କୁମାର ସାହୁଙ୍କୁ ‘ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା । ‘ଓସାକା’ର ସଭାପତି ରାମକୃଷ୍ଣ ବାରିକ, ସଂପାଦକ ଦେବେନ୍ଦ୍ର ସାମଲ ଏବଂ ଉପ-ସଭାପତି ଶଙ୍କର ସାହୁ ପଶ୍ଚିମ ଓଡିଶାର ଗ୍ରାମାଚଂଳର ମହାନ ଲୋକକଳା ନୃତ୍ୟ ସଂଗୀତ ସଂସ୍କୃତିକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କେମିତି ବଂଚା ଯାଇ ପାରିବ ଏବଂ ‘ଗାଁ ରୁ ଗ୍ଲୋବାଲ’ ପର୍ଯ୍ୟନ୍ତ ପହଁଚି ପାରିବ ସେଥିପାଇଁ ଆଗାମୀ ଦିନରେ ‘ଓସାକା’ ହାଇଦ୍ରାବାଦ ପ୍ରଚେଷ୍ଟା ଜାରି ରଖିବ ବୋଲି ବାର୍‌ତା ଦେଇଥିଲେ ।

pp
Leave A Reply

Your email address will not be published.

two × five =