ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ : ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ନାହିଁ ଏଲ୍‌ଜେପି

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇ ସାରିଛି । ଅଥଚ ଏନ୍‌ଡିଏରେ ଦଳମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଏବେ ବି ଛିଣ୍ଡିନି । ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଆସନ ଭାଗବଣ୍ଟାକୁ ନେଇ ବାରମ୍ବାର ଚାପ ସୃଷ୍ଟି କରୁଛି । କିନ୍ତୁ ଏଲ୍‌ଜେପିକୁ ସଫଳତା ମିଳି ପାରୁନାହିଁ । ଏଭଳି ପରିସ୍ଥିତିରେ ଏଲ୍‌ଜେପି ଏନ୍‌ଡ଼ିଏ ଠାରୁ ବିଚ୍ଛିନ୍ନ ହେବାକୁ ନିଷ୍ପତ୍ତି ନେଇଛି । ଆଜି ପାର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ନାହିଁ ଏଲ୍‌ଜେପି । ତେବେ ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ ସୃଷ୍ଟି ହେବା ବିଷୟକୁ ନେଇ ବେଶ୍‌ ଚର୍ଚ୍ଚା ଜୋର୍‌ ଧରିଛି ରାଜନୀତି ସମୀକ୍ଷକଙ୍କ ଜଗତରେ ।

Leave A Reply

Your email address will not be published.