ମାରାଡୋନା‌ଙ୍କ ନିଧନରେ ଆର୍ଜେଣ୍ଟିନାରେ ତିନି ଦିନିଆ ଶୋକ

ଆର୍ଜେଣ୍ଟିନା : ଡିଏଗୋ ମାରାଡୋନାଙ୍କ ମୃତ୍ୟୁ ପରେ ଆର୍ଜେଣ୍ଟିନାରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି । ୬୦ ବର୍ଷ ବୟସରେ ଅସୁସ୍ଥତା ପରେ ବୁଧବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାରାଡୋନଙ୍କ ମୃତଦେହ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ କାସା ରୋଜାରାକୁ ଅଣାଯାଇଛି । ଏଠାରେ ଲୋକମାନେ ତିନି ଦିନ ପାଇଁ ଶ୍ରଦ୍ଧାଞ୍ଜଳି ଦେବାକୁ ସମର୍ଥ ହେବେ ।

ମାରାଡୋନାଙ୍କ ସାଥୀ ଓହଭାଲଡୋ ଆର୍ବିଲେସ୍ କହିଛନ୍ତି ଯେ ଆଜିର ଫୁଟବଲ୍ ସୁପରଷ୍ଟାର ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲଡୋ ମାରାଡୋନାଙ୍କ ଭଳି ଖ୍ୟାତି ଓ ପ୍ରଶଂସା ପାଇ ନାହାଁନ୍ତି । ଫୁଟବଲ ଜଗତର ଅନେକ ସେଲିବ୍ରିଟି ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛ‌ନ୍ତି । ଏଥିମଧ୍ୟରେ ମେସି, ରୋନାଲଡୋ ଏବଂ ବ୍ରାଜିଲର ମହାନ ପେଲେ ଅନ୍ତର୍ଭୁକ୍ତ । ପେଲେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି – “ମୁଁ ଜଣେ ଘନିଷ୍ଠ ବନ୍ଧୁଙ୍କୁ ହରାଇଛି ଏବଂ ବିଶ୍ୱ ଜଣେ ମହାନ ଖେଳାଳିଙ୍କୁ ହରାଇଛି । ମୁଁ ଆଶା କରୁଛି ଦିନେ ଆମେ ଦୁହେଁ ଏକାଠି ଆକାଶରେ ଫୁଟବଲ ଖେଳିବୁ ।”

Leave A Reply

Your email address will not be published.