pakka

ମୋଦୀ କ୍ୟାବିନେଟ୍ : କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରସ୍ତାବ ଅନୁମୋଦନ, ସଂସଦ ପ୍ରକ୍ରିୟା ନଭେମ୍ବର ୨୯ରୁ ଆରମ୍ଭ ହେବ

bbehera

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତିନୋଟି କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବ ଉପରେ ଅନ୍ତିମ ସିଲ୍ ଦିଆଯାଇଛି । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନରେ ଏହି ଆଇନଗୁଡିକ ପ୍ରତ୍ୟାହାର କରିବାର ଅନ୍ତିମ ପ୍ରକ୍ରିୟା ସମାପ୍ତ ହେବ । ସଂସଦ ପ୍ରକ୍ରିୟା ସମାପ୍ତ ହେବା ପରେ, ଏହି ତିନୋଟି ନିୟମ ସମ୍ପୂର୍ଣ୍ଣ ପ୍ରଭାବହୀନ ହୋଇଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଶକୁ ଦେଇଥିବା ସମ୍ବୋଧନରେ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଆଇନଗୁଡ଼ିକ କୃଷକଙ୍କ ହିତ ପାଇଁ ଅଣାଯାଇଥିଲା, କିନ୍ତୁ ଆମେ କୃଷକମାନଙ୍କୁ ଏହି ଆଇନର ଗୁରୁତ୍ୱ ବୁଝାଇ ପାରୁଲୁ ନାହିଁ, ତେଣୁ ଏହି ତିନୋଟି ଆଇନ ପ୍ରତ୍ୟାହାର କରାଯାଉଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ସାହ ରହିଛି । କୃଷକମାନେ ଏହାକୁ ଏକ ବଡ଼ ବିଜୟ ବୋଲି ଦେଖୁଛନ୍ତି । କିନ୍ତୁ ସଂସଦର ପ୍ରକ୍ରିୟା ଶେଷ ନହେବା ପର୍ୟ୍ୟନ୍ତ ସେମାନେ ବିରୋଧ ପ୍ରଦର୍ଶନ ଜାରି ରଖିବେ ବୋଲି କୃଷକ ସଂଗଠନ କହିଛନ୍ତି । ତାଙ୍କ ଘୋଷଣା ସହିତ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଫେରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

eighteen − eight =