pakka

ଚତୁର୍ଥ ଦିନରେ ଯୁଦ୍ଧ : ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଲଢେ଼ଇ, ରୁଷ୍‌ ରଚୁଛି ଧ୍ୱଂସର ତାଣ୍ଡବ ଲୀଳା

bbehera

କ୍ୱିବ : ଆଜି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଂଚିଛି । ଘମାଘୋଟ ଲଢେଇ ଭିତରେ ୟୁକ୍ରେନ ରାଜଧାନୀ କ୍ୱିବ୍‌କୁ ଅକ୍ତିଆର କରିବା ଭଳି ରୁଷର ସ୍ୱପ୍ନ ଘୁଂଚି ଘୁଂଚି ଯାଉଛି । ଏବେ ଆମ୍‌ ୟୁକ୍ରେନ୍‌ ନାଗରିକ ଯୁଦ୍ଧ ମଇଦାନ୍‌ରେ । କ୍ୱିବ୍‌ରେ ଚାଲିଛି ଜବର୍‌ଦସ୍ତ ବୋମା ଓ ରକେଟ୍‌ ମାଡ଼ । ମିସାଇଲ୍‌ ମାଡ଼ରେ ଥରୁଛି ୟୁକ୍ରେନ୍‌ । ଜନଜୀବନ ସଂପୂର୍ଣ୍ଣ ଛାରଖାର ହୋଇ ପଡ଼ିଥିବା ବେଳେ ତଥାପି ମୁଣ୍ଡ ନୁଏଁଇବାକୁ ନାରାଜ ୟୁକ୍ରେନ୍‌ । ନିଜ ଦେଶକୁ ବଂଚାଇବା ପାଇଁ ଅଂଟା ଭିଡ଼ିଛନ୍ତି ୟୁକ୍ରେନ୍‌ ସରକାର ସମେତ ୟୁକ୍ରେନ୍‌ବାସୀ । ଅନ୍ୟପଟେ ରୁଷର ମିସାଇଲ୍‌ ମାଡ଼ରେ ତୈଳ ଡିପୋ ହୁ ହୁ ହୋଇ ଜଳୁଥିବା ବେଳେ ଗ୍ୟାସ୍‌ ଲାଇନ୍‌ ଉପରେ ଏବେ ପ୍ରହାର କରୁଛି ରୁଷ୍‌ । ରୁଷ୍‌ର ଏଭଳି ନୃସଂଶ ଆକ୍ରମଣକୁ ସାରା ବିଶ୍ୱରେ ବହୁ ସଂଖ୍ୟକ ଦେଶ ନିନ୍ଦା କରୁଥିଲେ ମଧ୍ୟ ଖାତିର୍‌ କରୁନାହାନ୍ତି ରୁଷ ରାଷ୍ଟ୍ରପତି ପୁତିନ୍‌ । ଧୀରେ ଧୀରେ ୟୁକ୍ରେନ୍‌କୁ ମିତ୍ର ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସହଯୋଗ ମିଳିବା ଆରମ୍ଭ ହୋଇଯାଇଛି । ୟୁକ୍ରେନ୍‌ ଦାବୀ କରୁଛି ଯେ, ରୁଷ୍‌ର ୩ ହଜାରରୁ ଅଧିକ ସଂଖ୍ୟକ ସୈନ୍ୟ ଯୁଦ୍ଧରେ ପ୍ରାଣ ହରାଇ ସାରିଥିବା ବେଳେ ୩ ଶହରୁ ଅଧିକ ରୁଷ ଟ୍ୟାଙ୍କରକୁ ଧ୍ୱଂସ କରିବାରେ ସଫଳତା ହାସଲ୍‌ କରିଛି ୟୁକ୍ରେନ୍‌ । ସାରା ୟୁକ୍ରେନ୍‌ ଏବେ ହୁ ହୁ ହୋଇ ଜଳୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । କିନ୍ତୁ ତଥାପି ୟୁକ୍ରେନ୍‌ବାସୀ ନିଜ ଦେଶକୁ ରୁଷ ହାତରେ ଟେକି ଦେବା ପାଇଁ ପ୍ରସ୍ତୁତ ନୁହନ୍ତି । ଯୁଦ୍ଧ ଜାରି ରହିଛି । ରୁଷ୍‌ ଆହୁରି ଭୟଙ୍କର ଆକ୍ରମଣ ଜାରି ରଖିଛି । ଗତକାଲି ରାତି ସାରା ପ୍ରବଳ ବୋମା ଓ ରକେଟ୍‌ ମାଡ଼ରେ କ୍ୱିବ୍‌ ଥରି ଉଠିଥିବା ବେଳେ ଆଜି ଦିନ ସାରା ମଧ୍ୟ ଏଭଳି ଭୟାବହ ସ୍ଥିତି ଦେଖିବାକୁ ମିଳିଛି । କ୍ୱିବ୍‌ରେ ଏବେ ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି ।

jay balangir
Leave A Reply

Your email address will not be published.

14 − two =