ଭାରତରେ କ୍ରମାଗତ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି

● ଏକ ମାସ ପରେ ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି
● କ୍ରମାଗତ ତୃତୀୟ ସପ୍ତାହ ପାଇଁ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ୍ ମାମଲାଠାରୁ ଅଧିକ ରହିଛି

ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏକ ମାସ ପରେ, ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି । ଆଜି ଭାରତରେ ସକ୍ରିୟ ମାମଲା ସଂଖ୍ୟା ୮.୯୩ ଲକ୍ଷ ଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ଏହି ସଂଖ୍ୟା ୮.୯୭ ଲକ୍ଷ ଥିଲା ।
ଏବେ ସକ୍ରିୟ ମାମଲା ୮,୯୩,୫୯୨ ରହିଛି, ଯାହାକି ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧୨.୯୪% । ମୋଟ ପଜିଟିଭର ପ୍ରତିଶତ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।
ସୁସ୍ଥତା ହାର କ୍ରମେ ବୃଦ୍ଧି ପାଉଥିବରୁ ସକ୍ରିୟ ମାମଲାର ପ୍ରତିଶତ ନିମ୍ନମୁଖୀ ହେବାରେ ଲାଗିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୫୯,୦୬,୦୬୯ ରହିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ ୫୦ ଲକ୍ଷକୁ ଅତିକ୍ରମ (୫୦,୧୨,୪୭୭) କରିଛି ।
ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ପାର୍ଥକ୍ୟ ବଢ଼ିବାରେ ଲାଗିଛି ।
ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ୮୫.୫୨%ରେ ପହଞ୍ଚି ପାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୩୬୫ ଜଣ ସୁସ୍ଥ ହୋଇଥିବା ବେଳେ ନୂଆ ପଜିଟିଭ୍ ମାମଲା ରହିଛି ୭୦,୪୯୬ ।
କ୍ରମାଗତ ତୃତୀୟ ସପ୍ତାହରେ ସୁସ୍ଥ ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲାରୁ ଅଧିକ ରହିପାରିଛି । ଏହି ତିନି ସପ୍ତାହରେ ନୂଆ ପଜିଟିଭ୍ ସଂଖ୍ୟା କ୍ରମେ ନିମ୍ନମୁଖୀ ହେବାରେ ଲାଗିଛି ।
କେନ୍ଦ୍ର ସରକାରଙ୍କ ଟେଷ୍ଟିଂ, ଟ୍ରାକିଂ, ତୁରନ୍ତ ହସପିଟାଲରେ ଭର୍ତ୍ତି କରିବା ଏବଂ ଉଭୟ ସରକାରୀ/ବେସରକାରୀ ହସପିଟାଲ ଗୁଡ଼ିକରେ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଗ୍ରହଣ କରିବା ଏବଂ ହୋମ୍ ଆଇସୋଲେସନ ନୀତିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଗ୍ରହଣ କରିବାରୁ ଏହା ସମ୍ଭବ ହୋଇପାରିଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୭୫% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି; ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରୁ ଆସିଛନ୍ତି ।
ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ ୧୫ ହଜାର ଲୋକ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ୭୦,୪୯୬ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏଥିରୁ ୭୮% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପଜିଟିଭ୍ ମାମଲା ଅର୍ଥାତ୍, ୧୩ ହଜାର ସାମନାକୁ ଆସିଛି । ଏହା ପଛକୁ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ମାମଲା ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୨% କେବଳ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଏହି ମୃତ୍ୟୁ ସଂଖ୍ୟାରୁ ୩୭% ମହାରାଷ୍ଟ୍ର (୩୫୮ ମୃତ୍ୟୁ)ରେ ହୋଇଛି ।
ଆମୋଦପ୍ରମୋଦ ପାର୍କକୁ ଏବେ ବହୁ ସଂଖ୍ୟାରେ ଲୋକ ଯାଉଛନ୍ତି । ଏସବୁ ପାର୍କ ଏବଂ ସେହିପରି ସ୍ଥାନ ଗୁଡ଼ିକରେ କୋଭିଡ-୧୯ର ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କ’ଣ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସ୍ୱତନ୍ତ୍ର ଏସଓପି ଜାରି କରିଛି ।

Leave A Reply

Your email address will not be published.