ହାଥ୍‌ରସ୍‌ କାଣ୍ଡର ପୀଡ଼ିତାଙ୍କ ପରିବାର ଭୟଭୀତ, ଗାଁ ଛାଡ଼ିବାକୁ ଚାହୁଁଛନ୍ତି ପରିବାର ସଦସ୍ୟ : ପୀଡ଼ିତାଙ୍କ ବାପା କହିଲେ, ଆମକୁ ମୃତ୍ୟୁ ଦିଶୁଛି

ଲଖ୍‌ନଉ : ହାଥ୍‌ରସ୍‌ ମାମଲାରେ ଗୋଟିଏ ପଟେ ଦଙ୍ଗା କରାଇବା ପାଇଁ ଚକ୍ରାନ୍ତ ଚାଲିଥିବାର ପର୍ଦ୍ଦାଫାଶ ହେଉଥିବା ବେଳେ ଅନ୍ୟପକ୍ଷରେ ହାଥ୍‌ରସ୍‌ କାଣ୍ଡର ପୀଡ଼ିତାଙ୍କ ପରିବାର ଭୟଭୀତ ହୋଇ ଗାଁ ଛାଡ଼ିବାକୁ ଚାହୁଁଥିବା ସୂଚନା ମିଳିଛି । ପରିବାର ପକ୍ଷରୁ କୁହାଯାଇଛି ଯେ, ସେମାନେ ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି । ଗାଁର କେହି ତାଙ୍କୁ ସହଯୋଗ କରୁନାହାନ୍ତି । ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ସେମାନଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । ପରିବାର ପକ୍ଷରୁ ଏହା ବି କୁହାଯାଇଛି ଯେ, ଆମ ସହ ଏତେ ବଡ଼ ଅନ୍ୟାୟ ହେବା ପରେ ବି ଗାଁର କେହି ତାଙ୍କ ପାଖ ମାଡ଼ିନାହାନ୍ତି । ଆମକୁ ସହଯୋଗ କରିବା ବଦଳରେ ଆମକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି । ଏଇଥିପାଇଁ ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ । ଆମେ ଗାଁ ଛାଡ଼ି ଅନ୍ୟ ଜାଗାରେ ନିଜର ସଂପର୍କୀୟଙ୍କ ଘରେ ଆଶ୍ରୟ ନେବୁ । ପୀଡ଼ିତାଙ୍କ ବାପା ଦୁଃଖରେ ଭାଂଗିପଡ଼ି କହିଛନ୍ତି, ଆମକୁ ଆଗକୁ ମୃତ୍ୟୁ ଦିଶୁଛି । ଗାଁରେ କେହି ବି ସହଯୋଗ କରୁନାହାନ୍ତି । ଗାଁ ଛାଡ଼ି ଅନ୍ୟତ୍ର ଚାଲିଯିବୁ । ଅନ୍ୟ କେଉଁଠି ଭିକ ମାଗି ପଛେ ଜୀବନ ବଂଚେଇବୁ, ଏଇଠି କେତେ ଡରି ଡରି ରହିବୁ ।

Leave A Reply

Your email address will not be published.