ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ମାମଲା

● ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ଥିବା ପାର୍ଥକ୍ୟ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାରରୁ କମ୍ କରୋନା ମାମଲା ଦେଖାଦେଇଛି, ଅର୍ଥାତ୍ ୪୫,୬୭୪ ଜଣ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । ଅକ୍ଟୋବର ୧୫ ତାରିଖରୁ ଦୈନିକ କରୋନା ମାମଲା ହ୍ରାସ ପାଇ ଚାଲିଛି ।
ଦୈନିକ ନୂଆ ମାମଲାକୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ପଛରେ ପକାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯,୦୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କ୍ରମାଗତ ୨୭ ଦିନ ପାଇଁ ଏହା ଦେଖିବାକୁ ମିଳିଛି । ଏହାଦ୍ୱାରା ଦେଶରେ କରୋନା ସକ୍ରିୟ ମାମଲା ହ୍ରାସ ପାଇଚାଲିଛି, ଯାହାକି ଆଜି ୫.୧୨ ଲକ୍ଷ ରହିଛି ।
ଦେଶରେ ଆଜି ସକ୍ରିୟ ମାମଲାର ସଂଖ୍ୟା ୫,୧୨,୬୬୫ ରହିଛି । ଦେଶର ମୋଟ ପଜିଟିଭ୍ ମାମଲାର ଏହା ମାତ୍ର ୬.୦୩% ହୋଇଥିବା ଏହା ସକ୍ରିୟ ମାମଲାର ନିମ୍ନମୁଖୀ ଧାରାକୁ ଜାରି ରଖିଛି ।
ଦେଶରେ ଏବେ ସୁସ୍ଥତା ହାର ୯୨.୪୯% ଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ରହିଛି ୭୮,୬୮,୯୬୮ । ଏବେ ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୭୩,୫୬,୩୦୩ ରହିଛି । ଏହି ପାର୍ଥକ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।
ନୂଆ ସୁସ୍ଥଙ୍କ ମଧ୍ୟରେ ୭୬% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ଗୋଟିଏ ଦିନରେ ସୁସ୍ଥ ହେବା କ୍ଷେତ୍ରରେ ମହାରାଷ୍ଟ୍ରକୁ କେରଳ ପଛରେ ପକାଇଦେଇଛି ଏବଂ ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୧୨୦ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ ୬,୪୭୮ ଜଣ ସୁସ୍ଥ ହୋଇଛନ୍ତି ।
ନୂଆ ପଜିଟିଭ୍ ମାମଲାରୁ ୭୬% ଆସିଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୭,୨୦୧ ନୂଆ ମାମଲା ଆସିଥିବା ବେଳେ ଏହା ପଛକୁ ଦିଲ୍ଲୀରେ ୬,୯୫୩ ଏବଂ ମହାରାଷ୍ଟ୍ରରେ ୩,୯୫୯ ଟି ନୂଆ ପଜିଟିଭ୍ ମାମଲା ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଏଥିରୁ ପ୍ରାୟ ୭୯% ମୃତ୍ୟୁ ହୋଇଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ନୂଆ ପଜିଟିଭ୍ ମାମଲାରୁ ୨୬.୮%ରୁ ଅଧିକ ମୃତ୍ୟୁ ହୋଇଛି ମହାରାଷ୍ଟ୍ରରେ (୧୫୦ ମୃତ୍ୟୁ) । ଏହା ପଛକୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୭୯ ଓ ୫୮ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.