ଭାରତ-ଆମେରିକା କଥାବା‌ର୍ତ୍ତା ଚୀନ୍ ପାଇଁ ଅସୁବିଧା ବଢ଼ାଇ ପାରେ ?

ନୂଆଦି‌ଲ୍ଲୀ : ଜେନେରାଲ ମାର୍ଟିନ ଡେମ୍ପସି ୨୦୧୪ରେ ଆମେରିକୀୟ ଷ୍ଟାଫ୍ ଭାବରେ ଅବସର ନେବା ପୂର୍ବରୁ ଚୀନ୍ ବିଷୟରେ କହିଥିଲେ ଯେ, ଖୋଲାଖୋଲି ଭାବରେ ଆମେରିକା ଚୀନ୍‌କୁ ସାମ୍ନା କରିବାକୁ ବାଧ୍ୟ ହୋଇପାରେ। ତାଙ୍କର ସେଇ କଥା ଆଜି ପ୍ରମାଣିତ ହେଉଛି ।
ଚୀନ୍ ସହିତ ବିବାଦରେ ଆମେରିକା ଭାରତ ପାଇଁ କ’ଣ କରିପାରେ ତାହା ଚୀନ୍‌ ଏବେ ଅନୁଭବ କରିବା ଆର‌ମ୍ଭ କରିଥିବା ଜଣାପଡ଼ିଛି । ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ମିଳିତ ସାମରିକ ବ୍ୟାୟାମରେ ଚୀନ୍ ଏବେ ବିରକ୍ତି ପ୍ରକାଶ କରୁଛି ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏହି ସମୟରେ ଆମେରିକାର ସବୁଠାରୁ ବଡ ମୁଣ୍ଡବିନ୍ଧା ହେଉଛି ଚୀନ୍ । ୨୦୧୮ ମସିହାର ମଧ୍ୟଭାଗରୁ ଏହା ଜାରି ରହିଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଛି ଯେ ବିଶ୍ଳେଷକମାନେ ଏହାକୁ ଶୀତଳ ଯୁଦ୍ଧ ସହିତ ତୁଳନା କରିବା ଆରମ୍ଭ କରିଛନ୍ତି । ପୂର୍ବ ଏସିଆକୁ ପ୍ରାଥମିକତା ଦେଇ ଓବାମା ପ୍ରଶାସନର ବୈଦେଶିକ ନୀତି ପ୍ରସଙ୍ଗରେ ଜେନେରାଲ ଡେମ୍ପସି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ।

ଚୀନ୍‌ର ବୃଦ୍ଧି ପାଉଥିବା ଶକ୍ତିକୁ ରୋକିବା ପାଇଁ ଏହି ନୀତି ପ୍ରସ୍ତୁତ କରାଯାଇଛି । ଏହା ଅଧୀନରେ ନୂତନ ବହୁପକ୍ଷୀୟ ସହଯୋଗୀ ତଥା ସହଯୋଗୀ ଦଳ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ସୂଚନାରେ କୁହାଯାଇଛି।

Leave A Reply

Your email address will not be published.