pakka

ଚାଲିଗଲେ ‘ଓ୍ୱାଗ୍ ବକ୍ରି ଚା’ ଗ୍ରୁପର ମାଲିକ

bbehera

ନୂଆଦିଲ୍ଲୀ : ପରଲୋକରେ ଓ୍ୱାଗ ବକ୍ରି ଚା’ ଗ୍ରୁପର ମାଲିକ ପରାଗ ଦେଶାଇ । ୪୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେପଟେ ମୃତ୍ୟୁ ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ସ୍ପଷ୍ଟ କରିଛି କମ୍ପାନୀ । କମ୍ପାନୀ ତରଫରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ସୂଚନା ଥାଉକି, ଅକ୍ଟୋବର ୧୫ ତାରିଖରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ।

ମର୍ଣ୍ଣିଂ ଓ୍ୱାକରେ ଯାଇଥିବା ବେଳେ ଘର ନିକଟରେ ଥିବା ରାସ୍ତାରେ ବୁଲା କୁକୁରମାନେ ତାଙ୍କୁ ଆକ୍ରମଣ କରିଥିଲେ । ତେବେ କୁକୁର ଆକ୍ରମଣରୁ ବଞ୍ଚିବା ପାଇଁ ଦୌଡିବା ବେଳେ ସେ ତଳେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତେବେ ସେଠାରେ ଥିବା ଜଣେ ସୁରକ୍ଷା କର୍ମୀ ଏନେଇ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ ।

ପରିବାର ଲୋକ ଖବର ପାଇ ସଂଗେ ସଂଗେ ପରାଗ ଦେଶାଇଙ୍କୁ ନିକଟସ୍ଥ ସେଲ୍‌ଭି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରୁ ସର୍ଜରୀ ପାଇଁ ତାଙ୍କୁ ଜାଇଡସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରବିବାର ଦିନ ତାଙ୍କ ଦେହାନ୍ତ ହୋଇଥିବା ଡାକ୍ତର କହିଛନ୍ତି । ଚିକିତ୍ସା ବେଳେ ବ୍ରେନ ହାମରେଜ୍‌ରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

https://x.com/IndiaToday/status/1716349974131437605?s=20

jay balangir
Leave A Reply

Your email address will not be published.

nine − three =