pakka

ଅନୁଭା ଓ ବାଲ୍‌କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

bbehera

ନୂଆଦିଲ୍ଲୀ : ଦେଶର ପ୍ରମୁଖ କର୍କଟ ଚିକିତ୍ସାଳୟ ବେଦାନ୍ତର ବାଲକୋ ମେଡିକାଲ୍‌ ସେଣ୍ଟର (ବିଏମ୍‌ସି) ଏବଂ ଅନୁସନ୍ଧାନ ସଂସ୍ଥା ଅନୁଭା ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର ନିକଟରେ ସ୍ୱାକ୍ଷରିତ ହୋଇଛି । ସେହି ଅନୁଯାୟୀ ବାଲକୋରେ କର୍କଟ ଜେନୋମିକ୍ସ ବାୟୋ ବ୍ୟାଙ୍କ ପାଇଁ ମିଳିତ ଭାବେ ରଣନୀତିକ ସହଯୋଗ ଘୋଷଣା କରାଯାଇଛି ।

ବିଶେଷ କରି ଭାରତରେ କର୍କଟ ରୋଗ ଉପରେ ଗବେଷଣାକୁ ଆହୁରି ତ୍ୱରାନ୍ୱିତ କରାଇବା ପାଇଁ ଏହି ବୁଝାମଣା ହୋଇଥିବା ଉଭୟ ପକ୍ଷରୁ କୁହାଯାଇଛି । ଛତିଶଗଡ଼ର ନ୍ୟୁ ରାୟପୁର ବିଏମ୍‌ସି ପରିସରରେ ଅନୁଭାର ସିଇଓ ଡା. ଜୋନାଥନ୍‌ ପିକର ଏବଂ ବିଏମ୍‌ସି ମେଡିକାଲ ନିର୍ଦ୍ଦେଶକ ଭବନା ସିରୋହିଙ୍କ ଉପସ୍ଥିତିରେ ରାଜିନାମା ସ୍ୱାକ୍ଷର କରିଥିଲେ । ଏ ସମ୍ପର୍କରେ ବିଏମ୍‌ସିର ଅଧ୍ୟକ୍ଷ ଜ୍ୟୋତି ଅଗ୍ରୱାଲ କହିଛନ୍ତି, ଭାରତର କର୍କଟ ଯତ୍ନ କେନ୍ଦ୍ର ହେବାରେ ଏହା ଅନ୍ୟତମ ମାଇଲଖୁଣ୍ଟ ସ୍ଥାପନ କରିଛି । ଅନୁଭା ସହ ଆମର ସହଯୋଗ ସର୍ବୋତ୍ତମ ଜ୍ଞାନ, ଟେକ୍ନୋଲୋଜି ଏବଂ ଅନୁସନ୍ଧାନ ଜରିଆରେ ଭାରତୀୟଙ୍କୁ ଠିକ୍‌ ଔଷଧ ଓ ଚିକିତ୍ସା ଯୋଗାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

jay balangir
Leave A Reply

Your email address will not be published.

nineteen + seven =