ଅପର୍ଣ୍ଣା ଯାଦବ ଦିଲ୍ଲୀରେ ପହଂଚିଲେ, ବିଜେପିରେ ଯୋଗଦାନ

ନୂଆଦିଲ୍ଲୀ : ଆଜି ଉତ୍ତରପ୍ରଦେଶ ରାଜନୀତିରେ ଏକ ବଡ଼ ଧରଣର ଅଶାନ୍ତ ବାତାବରଣ ସୃଷ୍ଟି ହେବାର ସମ୍ଭାବନା ରହିଛି । ବାସ୍ତବରେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଂଚିଛନ୍ତି । ତାଙ୍କୁ ଆଜି ପୂର୍ବାହ୍ନରେ ଦଳର ମୁଖ୍ୟାଳୟରେ ପାର୍ଟି ସଦସ୍ୟତା ପ୍ରଦାନ କରାଯାଇଥିବା ଚର୍ଚ୍ଚା ରାଜନୀତି ମାହୋଲ୍‌କୁ ଓଲଟ ପାଲଟ କରି ଦେଇଛି । ତେବେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ପାଇଁ ଏହା ଏକ ବଡ଼ ଝଟ୍‌କା ହେବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.

five + three =