om academy

ଆସାମରେ ବନ୍ୟାର କରାଳ ରୂପ : ବୁଡ଼ିଲା କ୍ୟାନସର ହସ୍ପିଟାଲ, ରାସ୍ତା ଉପରେ ଚିକିତ୍ସିତ ହେଉଛନ୍ତି ରୋଗୀ

jsm

ଦିସପୁର : ଆସାମ କଚ୍ଛାର ଜିଲ୍ଲା ସିଲଚର କସ୍ୱେର ସ୍ଥିତ ଏକ କ୍ୟାନସର୍ ହସ୍ପିଟାଲ ବନ୍ୟା ପାଣିରେ ବୁଡ଼ି ଯାଇଥିବା ଖବର ମିଳିଛି । ଏନେଇ କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ରବି କନ୍ନନ କହିଛନ୍ତି ଯେ, କ୍ୟାନସର ରୋଗୀଙ୍କ ପାଇଁ ଗୋଟିଏ ଦିନ ବି ବନ୍ଦ କରାଯାଇ ପାରିବ ନାହିଁ । ଏଭଳି ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କୁ କର୍ମଚାରୀମାନେ ବାହାରକୁ ଆଣିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟର ବରାକ ଘାଟି ସ୍ଥିତ ୧୫୦ ବେଡ ବିଶିଷ୍ଟ କ୍ୟାନସର ହସ୍ପିଟାଲ ଓ ଅନୁସନ୍ଧାନ କେନ୍ଦ୍ର କିଛି ଦିନ ହେବ ବନ୍ୟା ପାଣି ଘେରରେ ରହିଛି । ସ୍ଥତି ଏତେ ସଙ୍ଗିନ ହୋଇଛି ଯେ ରୋଗୀଙ୍କୁ ରାସ୍ତା ଉପରେ ଚିକିତ୍ସା କରାଯାଉଛି । ଏନେଇ ଜଣେ ଡାକ୍ତର ନିଜ ଟୁଇଟର ଆକାଉଣ୍ଟରେ ଫଟୋ ପୋଷ୍ଟ କରିଛନ୍ତି । ଏହାସହ ଟୁଇଟରରେ ସେ ଲେଖିଛନ୍ତି ଯେ ବନ୍ୟା ପାଣିରେ ହସ୍ପିଟାଲ ବୁଡ଼ି ଯାଇଥିବାରୁ ଆମେ ରାସ୍ତାରେ ରୋଗୀଙ୍କୁ ଚିକିତ୍ସା କରୁଛୁ ।

ଆସାମରେ ଏକ ମାସ ହେବ କିଛି ଜିଲ୍ଲାର ବନ୍ୟା ସ୍ଥିତି ଭୟଙ୍କର ହୋଇଛି । କିଛି ଲୋକ ବନ୍ୟା ଯୋଗୁଁ ପ୍ରାଣ ମଧ୍ୟ ହରାଇଛନ୍ତି । ରାଜ୍ୟର ନଳବାଡ଼ି ଜିଲ୍ଲାର ବନ୍ୟା କାରଣରୁ ଏକ ମହଲା କୋଠା ଘର ବୁଡି ଯାଇଛି । ତେବେ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍‌ ଭାବେ ହୋଇପାରୁ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.