pakka

ଦିଲ୍ଲୀ କୋର୍ଟର ବଡ ମନ୍ତବ୍ୟ : ଅସ‌ନ୍ତୁଷ୍ଟ‌ଙ୍କୁ ଚୁପ୍ କରିବା ପାଇଁ ଦେଶଦ୍ରୋହ ଆଇନ ଲାଗୁ କରାଯାଇପାରିବ ନାହିଁ

bbehera

ନୂଆଦିଲ୍ଲୀ : ଦେଶଦ୍ରୋହ ଆଇନକୁ ନେଇ ଦିଲ୍ଲୀ କୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ଅଦାଲତ କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କୁ ରୋକିବା ନାମରେ ବିଦ୍ରୋହୀଙ୍କୁ ନୀରବ କରିବା ପାଇଁ ଦେଶଦ୍ରୋହ ଆଇନ ବ୍ୟବହାର କରାଯାଇପାରିବ ନାହିଁ ।

ଦେବୀ ଲାଲ ବୁଡ଼ଦାକ ଏବଂ ସ୍ୱରୂପ ରାମଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ମାସରେ ଉଭୟଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଅଦାଲତ କହିଛନ୍ତି ଯେ, ସମାଜରେ ଶାନ୍ତି ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଦେଶଦ୍ରୋହର ନିୟମ ଏକ ଶକ୍ତିଶାଳୀ ଉପକରଣ । କିନ୍ତୁ ଏହାକୁ ବିରୋଧୀମାନଙ୍କୁ ନୀରବ କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ ।

ଫେବୃଆରୀ ୧୫ ତାରିଖ ଦିନ ତାଙ୍କ ଆଦେଶରେ ଜଜ୍ କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କୁ ନୀରବ କରିବା ବାହାନାରେ ଅସ‌ନ୍ତୁଷ୍ଟ‌ଙ୍କୁ ନୀରବ ହେବାକୁ କୁହାଯାଇପାରିବ ନାହିଁ । ପ୍ରକାଶ ଥାଉକି, ଆଇନ ସେହି କାର୍ୟ୍ୟକୁ ବାରଣ କରେ, ଯେଉଁଥିରେ ଜନସାଧାରଣଙ୍କ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିବା କିମ୍ବା ହିଂସା ଦ୍ୱାରା ବ୍ୟାଘାତ ସୃଷ୍ଟି କରିବାର ପ୍ରବୃତ୍ତି ରହିଛି ।

jay balangir
Leave A Reply

Your email address will not be published.

4 + seventeen =

error: Content is protected !!