pakka

ଅସଦାଚରଣକୁ ବିରୋଧ କରିବାରୁ ମହିଳାଙ୍କୁ ଗଳା କାଟି ହତ୍ୟା

ଦିଲ୍ଲୀ : ରବିବାର ରାତିରେ ଡାବ୍ରି ଅଞ୍ଚଳରେ ଜଣେ ମଦ୍ୟପ ବ୍ୟକ୍ତି ଅଶ୍ଳୀଳତାକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରିଥିବା ଘଟଣା ସାମ୍‌ନାକୁ ଆସିଛି । ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ତା ଘରକୁ ପଳାଉଥିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଅଭିଯୁକ୍ତକୁ ଧରି ତାଙ୍କୁ ଉତ୍ତମ ମଧ୍ୟମ ପ୍ରହାର କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କ୍ରୋଧିତ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଗାଡିକୁ ମଧ୍ୟ ପଥର ଫିଙ୍ଗିଥିଲେ । ପୋଲିସ କୌଣସି ପ୍ରକାରେ ଆହତ ମହିଳାଙ୍କୁ ଓ ଅଭିଯୁକ୍ତକୁ ଡାକ୍ତରଖାନାକୁ ନେଇଥିଲା ।

ଡାକ୍ତରଖାନାରେ ଡାକ୍ତରମାନେ ମହିଳାଙ୍କୁ ମୃତ ବୋଲି ଘୋଷଣା କରିଥିବା ବେଳେ ପ୍ରବଳ ମାଡ କାରଣରୁ ଅଭିଯୁକ୍ତ ମଧ୍ୟ ଚେତାଶୂନ୍ୟ ଅବସ୍ଥାରେ ରହିଥିବା ସୂଚନା ମିଳିଛି । ପୋଲିସ ହତ୍ୟା ମାମଲା ରୁଜୁ କରିଛି । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସୂଚନା ଅନୁସାରେ ମୃତ ମହିଳାଙ୍କ ନାମ ବିଭା (୩୦) ବୋଲି ଜଣାପଡିଛି । ସେ ତାଙ୍କ ସ୍ୱାମୀଙ୍କ ସହ ଏହି ଅଞ୍ଚଳରେ ପନିପରିବା ବିକ୍ରି କରୁଥିଲେ । ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି । ରବିବାର ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ଦୋକାନରେ ବିଭା ଉପସ୍ଥିତ ଥିଲେ । ଏହି ସମୟରେ ଆଖପାଖ ଅଞ୍ଚଳରେ ରହୁଥିବା ଦୀପକ ମଦ୍ୟପାନ କରୁଥିଲା । ଦୀପକ ପ୍ଲମ୍ବର ଭାବରେ କାମ କରେ । ସେ ମହିଳାଙ୍କୁ କିଛି ଅଶାଳୀନ କଥା କହିଥିଲେ। ମହିଳା ଜଣକ ଏହାକୁ ବିରୋଧ କରି ପଥର ଓ ଝାଡ଼ୁ ସାହାଯ୍ୟରେ ତାକୁ ଘଉଡେ଼ଇବାକୁ ଚେଷ୍ଟା କରିଥିଲେ । ଦୀପକ ପଛକୁ ଯାଇ ତା ଉପକରଣ ବାକ୍ସରୁ ଏକ ଧାରୁଆ ଅସ୍ତ୍ର ବାହାର କରି ମହିଳାଙ୍କ ଗଳାକୁ କାଟି ଦେଇଥିଲା ।

ତେବେ ସବୁଠାରୁ ଆଶ୍‌ଶ୍ଚର୍ଯ୍ୟର ବିଷୟ ଯେ, ଏହି ଅପରାଧ କରିବା ପରେ ଦୀପକ ଆରାମରେ ତା ଘରକୁ ଯିବା ଆରମ୍ଭ କରିଥିଲା । ସେପଟେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଅଭିଯୁକ୍ତଙ୍କୁ କାବୁଥିଲେ। ଏହି ସମୟରେ କେହି ଜଣେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇ ମହିଳାଙ୍କୁ ଦୀନଦୟାଲ ଉପାଧ୍ୟାୟ ଡାକ୍ତରଖାନାକୁ ନେଇଥିଲେ । ଏଠାରେ କ୍ରୋଧିତ ଲୋକମାନେ ଅଭିଯୁକ୍ତ ଦିଲୀପଙ୍କୁ ପ୍ରହାର କରିଥିଲେ । କ୍ରୋଧିତ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଗାଡି ଉପରକୁ ମଧ୍ୟ ପଥର ଫିଙ୍ଗିଥିଲେ । ପୋଲିସ ଲୋକଙ୍କୁ ଶାନ୍ତ କରି ଅଭିଯୁକ୍ତକୁ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

Leave A Reply

Your email address will not be published.

16 − four =