pakka

ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଜୁଲାଇ ୩୧, ବଢ଼ିବ ନାହିିଁ ଆଗକୁ : ରାଜସ୍ୱ ସଚିବ

bbehera

ନୂଆଦିଲ୍ଲୀ : ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି, ତେବେ ବର୍ତ୍ତମାନ ବିଳମ୍ବ କରନ୍ତୁ ନାହିଁ । ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ସମୟ ଜୁଲାଇ ୩୧ ଠାରୁ ବୃଦ୍ଧି ହେବ ନାହିଁ ବୋଲି ରାଜସ୍ୱ ସଚିବ ସ୍ପଷ୍ଟ କରିଛନ୍ତି । ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ଯେ, ଜୁଲାଇ ୩୧ ସୁଦ୍ଧା ଅଧିକାଂଶ ରିଟର୍ଣ୍ଣ ଦାଖଲ ହେବ ବୋଲି ଆମେ ଆଶା କରୁଥିବାରୁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ସରକାର ଶେଷ ତାରିଖ ବୃଦ୍ଧି କରିବାକୁ ଚିନ୍ତା କରୁନାହାଁନ୍ତି । ଜୁଲାଇ ୨୦ ପର୍ଯ୍ୟନ୍ତ ୨.୩ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ।

ସେ କହିଛନ୍ତି ଯେ, ୨.୨୧ କୋଟିରୁ ଅଧିକ ଲୋକ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨୦ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି । ରିଟର୍ନ ତାରିଖ ପାଖେଇ ଆସିବା ସହିତ ରିଟର୍ନ ଫାଇଲିଂ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯେ, ଗତ ଆର୍ଥିକ ବର୍ଷରେ (୨୦୨୦-୨୧) ପ୍ରାୟ ୫.୮୯ କୋଟି ଲୋକ ଡିସେମ୍ବର ୩୧, ୨୦୨୧ର ବର୍ଦ୍ଧିତ ସମୟସୀମା ସୁଦ୍ଧା ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ ।

ସେ କହିଛନ୍ତି, ରିଟର୍ଣ୍ଣ ଦାଖଲ ମାମଲାରେ ଲୋକଙ୍କ ଚିନ୍ତାଧାରା ଏଡ଼ାଇ ଯାଉଛି । ସେମାନେ ଭାବନ୍ତି ଯେ, ରିଟର୍ନ ଦାଖଲ ତାରିଖ ଆଗକୁ ବଢ଼ିବ । କିନ୍ତୁ ବର୍ତ୍ତମାନ ଏହି ବିଷୟରେ ଚିତ୍ର ସ୍ପଷ୍ଟ ହୋଇଥିବାରୁ ପ୍ରତିଦିନ ୧୫ ଲକ୍ଷରୁ ୧୮ ଲକ୍ଷ ରିଟର୍ଣ୍ଣ ଦାଖଲ କରାଯାଉଛି । ଖୁବ୍ ଶୀଘ୍ର ଏହା ୨୫ ଲକ୍ଷରୁ ୩୦ ଲକ୍ଷ ହେବ ।

jay balangir
Leave A Reply

Your email address will not be published.

one + three =

error: Content is protected !!