pakka

ସିଆରପିଏଫ ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫର ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ବନ ମହୋତ୍ସବ’ କାର୍ଯ୍ୟକ୍ରମ ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡେଣ୍ଟ ଆନନ୍ଦ ଝା, ଦ୍ୱିତୀୟ କମାଣ୍ଡିଂ ଅଫିସର ମଉଲି ମୋହନ କୁମାର ଡେପୁଟି କମାଣ୍ଡେଣ୍ଟ ସି.ଅଜିତ ବାବୁ, ସହାୟକ କମାଣ୍ଡେଣ୍ଟ କୁମାର ରାଘବେନ୍ଦ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜି.ଆର ରାଘବେନ୍ଦ୍ର, ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ସ୍କୁଲର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ଏହି ଅବସରରେ କମାଣ୍ଡେଣ୍ଟ ଆନନ୍ଦ ଝା ଉପସ୍ଥିତ ଛାତ୍ର ଓ ଛାତ୍ରୀମାନଙ୍କୁ ଚାରା ରୋପଣର ମହତ୍ତ୍ୱ ଏବଂ ପରିବେଶ ସନ୍ତୁଳନରେ ଏହାର ଅବଦାନ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।

jay balangir
Leave A Reply

Your email address will not be published.

sixteen − three =

error: Content is protected !!