ବଲାଙ୍ଗିର ଟାଉନ ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍ ହୋଇଥିବା ସଂପୃକ୍ତ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖ ଦିନ ମଧ୍ୟାହ୍ନ ୧ଟା ୩୦ମି.ରେ ଘଟିଥିବା ଲୁଟ୍ ମାମଲାରେ ଗିରଫ୍ ଅଭିଯୁକ୍ତମାନେ ହେଲେ ବିଭୂତିପଡ଼ାର ରାକେଶ ଭୋଇ ଓ ଗୌତମ ସୁନା, ଚିମ୍ନିଭାଟିପଡ଼ାର ସିଟୁ ବନଛୋର ଓ ବିକାଶ ବୁଡେ଼କ୍ । ସେମାନଙ୍କଠାରୁ ନଗଦ ୨୦୦୦ ଟଙ୍କା ଏବଂ ଏକ ଟିଭିଏସ୍ ବାଇକ୍ ମଧ୍ୟ ପୁଲିସ୍ ଜବତ୍ କରିବାରେ ସଫଳ ହୋଇଛି । ଦିଆଯାଇଥିବା ସୂଚନା ଅନୁସାରେ ଅଭିଯୋଗକାରୀ ବୀରମହାରାଜପୁରର ସଚ୍ଚିଦାନନ୍ଦ ସେଠୀ ଦିନ ସାଢେ଼ ଗୋଟିଏ ବେଳେ ସ୍ଥାନୀୟ ଓମେନ୍ସ କଲେଜ୍ ରୋଡ଼ରେ ଯାଉଥିବା ବେଳେ ଚାରି ଜଣ ଅଚିହ୍ନା ଯୁବକ ତାଙ୍କୁ ଭୁଜାଲି ଦେଖାଇ ଲୁଟ୍ କରିଥିଲେ । ତାଙ୍କଠାରୁ ୧୭ ହଜାର ୯ ଶହ ଟଙ୍କା ଏବଂ ଗୋଟିଏ ଭିଭୋ ମୋବାଇଲ୍ ଲୁଟି ନେଇଥିଲେ । ତେବେ ଆଦର୍ଶ ଟାଉନ୍ ଥାନା ପକ୍ଷରୁ ସିସିଟିଭି ଫୁଟେଜ୍ ସାହାଯ୍ୟରେ ତଦନ୍ତ କରାଯାଇ ଏହି ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଚିହ୍ନଟ କରାଯିବା ସହ ୪ ଜଣ ଅଭିଯୁକ୍ତ ଲୁଟେରାଙ୍କୁ ଗିରଫ୍ କରାଯାଇଛି ବୋଲି ବଲାଙ୍ଗିର ଆଦର୍ଶ ଟାଉନ୍ ଥାନା ଆଇଆଇସି. ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.